Only for Entertainment

ଏପର୍ଯ୍ୟନ୍ତ ବିକ୍କି କୌଶଳ ଦେଖିନାହାଁନ୍ତି ଫିଲ୍ମ ‘ସଂଜୁ’, ଜାଣନ୍ତୁ କ’ଣ ରହିଛି କାରଣ ।

DNA India
0 33

ଫିଲ୍ମ ‘ସଂଜୁ’ରେ ବଲିଉଡ ଅଭିନେତା ବିକ୍କି କୌଶଳ ସଂଜୟ ଦତ୍ତଙ୍କ ବନ୍ଧୁ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ ପ୍ରଶଂସା କରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ବିକ୍କି ଏପର୍ଯ୍ୟନ୍ତ ନିଜର ସବୁଠାରୁ ସଫଳତମ ଫିଲ୍ମକୁ ଦେଖିନାହାଁନ୍ତି । ଫିଲ୍ମର ସଫଳତାକୁ ନେଇ ବିକ୍କି ଖୁସି ଅଛନ୍ତି ସତ କିନ୍ତୁ ଫିଲ୍ମକୁ ଦେଖିନାହାଁନ୍ତି ।

vicky-kaushal

ଏକ ଇଣ୍ଟରଭ୍ୟୁରେ ବିକ୍କି ଖୁଲାସା କରିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଫିଲ୍ମ ଦେଖିନାହାଁନ୍ତି । ଏହାର କାରଣରେ ସେ କହିଥିଲେ ‘ମୁଁ ଏପର୍ଯ୍ୟନ୍ତ ଫିଲ୍ମ ଦେଖିନାହିଁ କାରଣ ମୁଁ ଏବେ ସର୍ବିଆରେ ଅଛି । ଏବଂ ଏଠାରେ କୌଣସି ବଲିଉଡ ଫିଲ୍ମ ରିଲିଜ ହୁଏ ନାହିଁ । ସେଥିପାଇଁ ମୁଁ ଫିଲ୍ମ ଦେଖିପାରି ନାହିଁ । ’

sanju-poster

କହିରଖୁଛୁ ଯେ ବିକ୍କି ସର୍ବିଆରେ ନିଜର ଆଗାମୀ ଫିଲ୍ମ ‘ଉରୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ପାକିସ୍ତାନ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ । ବିକ୍କି ଫିଲ୍ମ ‘ସଂଜୁ’ ପୂର୍ବରୁ ରାଜି ଏବଂ ଲଷ୍ଟ ଷ୍ଟୋରୀଜରେ ନଜର ଆସିଥିଲେ । ବିକ୍କି ଫିଲ୍ମ ମସାନ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ପ୍ରତ୍ୟେକ ରୋଲରେ ନିଜକୁ ପ୍ରମାଣିତ କରି ବିକ୍କି ଏବେ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More