Only for Entertainment

ଭିକି କୌଶଲଙ୍କ ହାତରେ ଲାଗିଲା ଆଉ ଏକ ବଡ ପ୍ରୋଜେକ୍ଟ, ଏହି ସ୍ୱାଧିନତା ସଂଗ୍ରାମୀଙ୍କ ଚରିତ୍ରରେ ଆସିବେ ନଜର

DNA
69

ଅଭିନେତା ଭିକି କୌଶଲ ଏବେ ଫିଲ୍ମ ‘ଉରୀ’ର ସଫଳତାର ସ୍ୱାଦ ଚାଖୁଛନ୍ତି । ଫିଲ୍ମ ବକ୍ସ ଅଫିସରେ ୨୩୮ କୋଟି ଆୟ କରିସାରିଥିବା ବେଳେ ଖୁବ ଶୀଘ୍ର ଏହା ୨୫୦ କୋଟି ପାର କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମପରେ ଭିକି ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । କରଣ ଜୋହରଙ୍କ ମଲ୍ଟିଷ୍ଟାରର ଫିଲ୍ମ ‘ତଖ୍ତ’ ପରେ ଏବେ ଭିକିଙ୍କ ହାତକୁ ଆଉ ଏକ ପ୍ରୋଜେକ୍ଟ ଆସିଛି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କହି କହିଛନ୍ତି ଯେ, ଭିକି ଖୁବ ଶୀଘ୍ର ସ୍ୱାଧିନତା ସଂଗ୍ରାମୀ ଉଧମ ସିଂଙ୍କ ବାୟୋପିକରେ ନଜର ଆସିବେ । ନିର୍ଦ୍ଦେଶକ ସୁଜିତ ସରକାରଙ୍କ ଏହି ନୂଆ ଫିଲ୍ମରେ ଉଧମ ସିଂଙ୍କ ଭୂମିକାରେ ଭିକି କୌଶଲ ନଜର ଆସିବେ ।

ଏହା ସହିତ ତରଣ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଫିଲ୍ମକୁ ରୋନୀ ଲାହରୀ ପ୍ରଡ୍ୟୁସ କରିବେ । ଏହି ଫିଲ୍ମର ସୁଟିଂ ଆଗାମୀ ମାସରୁ ଆରମ୍ଭ ହେବ । ୨୦୨୦ରେ ଏହି ଫିଲ୍ମ ସିନେମା ଘରକୁ ଆସିବ ।

ଇତିହାସର ପୃଷ୍ଠା ଲେଉଟାଇଲେ ଉଧମ ସିଂ ଜାଲିୟାୱାଲା ବାଗ ହତ୍ୟାକାଣ୍ଡ ପରେ ସ୍ୱାଧିନତା ଆନ୍ଦୋଳନରେ ଯୋଗ ଦେବା ପାଇଁ ନିର୍ଣ୍ଣୟ ନେଇଥିଲେ । ଏହି ସଂଗ୍ରାମରେ ସେ ଦେଶ ପାଇଁ ନିଜ ଜୀବନକୁ ମଧ୍ୟ ଜଳାଞ୍ଜଳୀ ଦେଇଥିଲେ । ଏକ ବୈଠକରେ ଉଧମ ମାଇକଲ ଓଡୱାୟରଙ୍କୁ ହତ୍ୟା କରିଥିଲେ । ପରେ ପେଣ୍ଟନବିଲେ ଜିଲ୍ଲାରେ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ଆଶା କରାଯାୁଚି ଯେ, ଏହି ଫିଲ୍ମ ଜରିଆରେ ସେ ପୁଣିଥରେ ଦର୍ଶକଙ୍କ ହୃଦୟ ଜିତି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More