Only for Entertainment

ଇଣ୍ଟରନେଟ ଦୁନିଆରେ ସଲମାନ ଖାନଙ୍କ ଅବିକଳ ଚେହେରା, ରାସ୍ତାରେ ଟାଇଗରଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ, ଦେଖନ୍ତୁ ଭିଡିଓ

Siasat
52

ଇଣ୍ଟରନେଟରେ ଆପଣ ଏପରି ଅନେକ ଲୋକଙ୍କୁ ଦେଖିଥିବେ ଯାହାଙ୍କ ଚେହେରା ସେଲିବ୍ରିଟିଙ୍କ ସହିତ ମିଳିଥାଏ । ଏପରି କି ଆପଣ ଅସଲି ନକଲି ମଧ୍ୟରେ ଫରକ ମଧ୍ୟ ଜାଣିପାରିବେ ନାହିଁ । ତେବେ ବଲିଉଡ ସେଲିବ୍ରିଟିଙ୍କ କ୍ରେଜ ଏତେ ରହିଛି ଯେ ଲୋକେ ତାଙ୍କ ପରି ଦେଖାଯିବାକୁ ତାଙ୍କ ଲୁକ୍ସକୁ ଫଲୋ କରିଥାନ୍ତି । ନିକଟରେ ଏପରି କିଛି ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହିତ ମିଶୁଥିବା ଚେହେରା ଦେଖିବାକୁ ମିଳିଛି । ଇଣ୍ଟରନେଟ ଦୁନିଆରେ ଭାଇଜାନଙ୍କର ଏହି ଅବିକଳ ଚେହେରା ଥିବା ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭିଡିଓରେ ନନଜର ଆସିଥିବା ବ୍ୟକ୍ତିଙ୍କ ଚେହେରା ସଲମାନ ଖାନଙ୍କ ସହିତ ପୂରା ଭାବେ ମିଶୁଛି । ବ୍ୟକ୍ତି ଜଣଙ୍କ ବରାସ୍ତାରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏହା ସହ ସେ ରାସ୍ତାରେ ବାଇକକୁ ହଟାଉ ଥିବା ଦେଖିବାକୁ ମିଳିଛି । ଯାହାଙ୍କୁ ଦେଖିଲେ ଆପଣ ଭାଇଜାନ ହିଁ ଭାବି ନେବେ ।


ତେବେ ଏହି ଭିଡିଓ ଭାରତର ନୁହେଁ ପାକିସ୍ତାନର ଅଟେ । ଜଣେ ବ୍ୟକ୍ତି ଏହି ଭିଡିଓକୁ ନିଜ ଟ୍ୱିଟର ପେଜରେ ସେୟାର କରିବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More