Only for Entertainment

ସ୍ୱତନ୍ତ୍ରତା ଦିବସ ଅବସରରେ ଅନୁଷ୍କା ଏବଂ ବରୁଣ କହିଲେ ତ୍ରୀରଙ୍ଗା ବିଷୟରେ ଏହି ଖାସ କଥା…ଯାହା ପ୍ରତ୍ୟେକ ଭାରତୀୟ ଦେଖିବା ଉଚିତ ।

zee news
0 54

ଅଭିନେତା ବରୁଣ ଧୱନ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଆଗାମୀ ଫିଲ୍ମ ‘ସୁଇ ଧାଗା : ମେଡ ଇନ ଇଣ୍ଡିଆ’ ଏବେ ବେଶ ଚର୍ଚ୍ଚାରେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି । ଟ୍ରେଲରରେ ଦୁଇ କଳାକାରଙ୍କୁ ସଂପୂର୍ଣ୍ଣ ଦେଶୀ ଅନ୍ଦାଜରେ ଦେଖିବାକୁ ମିଳିଛି । ଫିଲ୍ମ ଆଗାମୀ ମାସରେ ରିଲିଜ ହେବ । ଏହାକୁ ନଜରରେ ରଖି ଫିଲ୍ମର କଳାକାର ଫିଲ୍ମର ପ୍ରମୋଶନରେ ଲାଗି ପଡିଛନ୍ତି ।

ଆଜି ୧୫ ଅଗଷ୍ଟକୁ ପୁରା ଦେଶ ୭୨ ତମ ସ୍ୱଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ‘ସୁଇ ଧାଗା’ର ମୁଖ୍ୟ କଳାକାର ବରୁଣ ଏବଂ ଅନୁଷ୍କା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ପ୍ରତ୍ୟେକ ଭାରତୀୟ ଦେଖିବା ଉଚିତ । ଭିଡିଓରେ ବରୁଣ ଏବଂ ଅନୁଷ୍କା ଦେଶର ତ୍ରୀରଙ୍ଗା ପ୍ରଥମ ଥର କିପରି ତିଆରି ହୋଇଥିଲା ତାହା ବିଷୟରେ କହିଛନ୍ତି । ଏହି ଭିଡିଓରେ ଆମ ଜାତୀୟ ପତାକାର ୩ଟି ରଙ୍ଗ ବିଷୟରେ ବ୍ୟାଖ୍ୟା କରାଯାଇଛି ।

 

ପ୍ରଥମ ଥର ପାଇଁ ଆମ ତ୍ରୀରଙ୍ଗା କେଉଁ କାରିଗରୀରେ ନିର୍ମିତ ହୋଇଥିଲା ତାହା ବିଷୟରେ ଦୁହେଁ କହିଛନ୍ତି । ଏହା ସହିତ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଭିଡିଓରେ ‘ସୁଇ ଧାଗା’ର ପ୍ରମୋଶନ ହୋଇଛି ସତ କିନ୍ତୁ ଏହା ଦ୍ୱାରା ଲୋକେ ତ୍ରୀରଙ୍ଗା ବିଷୟରେ କିଛି କଥା ଜାଣିବାକୁ ପାଇବେ । ଫିଲ୍ମ ବିଷୟରେ କହିବାକୁ ଗଲେ ୟଶରାଜ ବ୍ୟାନରର ଏହି ଫିଲ୍ମ ୨୮ ସେପ୍ଟେମ୍ବରରେ ରିଲିିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More