Only for Entertainment

ସାପକୁ ୪ଟି ବିଲେଇ ଘେରି କଲେ ଆକ୍ରମଣ, ତାପରେ ଜାଣନ୍ତୁ କ’ଣ ହେଲା ?

90

ବଲିଉଡ ଅଭିନେତା ନୀଲ ନୀତିନ ମୁକେଶଙ୍କ ଏକ ମଜାଦାର, କିନ୍ତୁ ସିହରଣ ଖେଳିଲା ପରି ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଗୋଟିଏ ସାପକୁ ଚାରୋଟି ବିଲେଇ ଘେରି ଆକ୍ରମଣ କରିବା ମୁଡରେ ନଜର ଆସିଛନ୍ତି । ବିଲେଇ ଆକ୍ରମଣ କରିବାକୁ ଜଗି ବସିଥିବା ବେଳେ ଗୋଟିଏ ବିଲେଇ ସାପକୁ ପଛରୁ ଆକ୍ରମଣ କରିଛି । କିନ୍ତୁ ସାପ ନିଜ ଜୀବନ ବଂଚାଇ ସେଠାରୁ ପଳାଇବା ପାଇଁ ସଫଳ ହୋଇଛି ।

ନୀଲ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି , ଯାହାକୁ ଏବେ ପର୍ଯ୍ୟନ୍ତ ୯୩ହଜାରରୁ ଉଦ୍ଦ୍ୱର୍ ଲୋକ ଦେଖିସାରିଲେଣି । ଭିଡିଓ ଶେୟାର କରି ନୀଲ କହିଛନ୍ତି ଯେତେବେଳେ ସେ ନିଜ ଫିଲ୍ମ ସୁଟିଂ ପାଇଁ ପହଂଚିଥିଲେ ଏହି ଭିଡିଓ ସେତେବେଳେ ସୁଟ କରାଯାଇଛି ।

 

View this post on Instagram

 

Earlier in the day. Went for the BGM with @naman.n.mukesh for #BypassRoad , got down of the car and saw this.

A post shared by Neil Nitin Mukesh (@neilnitinmukesh) on

ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ହେବ ‘ବାଇପାସ ରୋଡ’ଫିଲ୍ମ ସୁଟିଂରେ ନୀଲ ବ୍ୟସ୍ତ ଅଛନ୍ତି । ଫିଲ୍ମ ନିର୍ଦ୍ଦେଶନା ତାଙ୍କ ଭାଇ ନମନ ନୀତିନ ମୁକେଶ କରୁଛନ୍ତି । ନୀଲ ନିକଟରେ ପ୍ରଭାସ ଏବଂ ଶ୍ରଦ୍ଧା ଷ୍ଟାରର ଫିଲ୍ମ ସାହୋରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More