Only for Entertainment

ପୁଣିଥରେ ଧୁମ ମଚାଇବାକୁ ଆସିଲା ‘ଝଲକ୍ ଦିଖଲା ଜା’, ପୁରୁଣା ଅବମତାରରେ ନଜର ଆସିଲେ ଇମରାନ ହାଶମୀ

zee news
58

ବଲିଉଡ ଅଭିନେତା ଇମରାନ ହାଶମୀ ଏବେ ନିଜର ବହୁ ପ୍ରତୀକ୍ଷିତ ସସପେନ୍ସ ଥ୍ରିଲର ଫିଲ୍ମ ‘ଦ ବଡି’ କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ଲୋତପ୍ରିୟ ଅଭିନେତା ଋଷି କପୁର ମଧ୍ୟ ନଜର ଆସିବେ । ସୋମବାର ଫିଲ୍ମର ଗୀତ ‘ଝଲକ ଦିଖଲା ଜା’ର ଟିଜର ରିଲିଜ କରାଯାଇଛି । ରିଲିଜ ହେବା ପରେ ପରେ ଗୀତର ଟିଜର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କହିରଖୁଛୁ ଯେ, ଏହି ଗୀତ ୨୦୦୬ରେ ରିଲିଜ ହୋଇଥିବା ‘ଅକ୍ସର’ ଫିଲ୍ମର ଗୀତ ‘ଝଲକ୍ ଦିଖ ଲାଜା’ର ରିଲୋଡ ଭର୍ସନ । ଫିଲ୍ମ ‘ଦ ବଡି’ରେ ଏହାକୁ ରିକ୍ରିଟ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଏହି ଗୀତର ଟିଜରକୁ ୨ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି ।

ନିକଟରେ ‘ଦ ବଡି’ର ଟ୍ରେଲରକୁ ମେକର୍ସ ରିଲିଜ କରିଥିଲେ । ଦର୍ଶକ ଏହାକୁ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ଇମରାନ ହାଶମୀ ଏବଂ ଋଷି କପୁରଙ୍କ ବ୍ୟତିତ ଶୋଭିତା ଘୁଲିପାଲା ଏବଂ ବେଦିକା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୧୩ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More