Only for Entertainment

ଦୁଇ ଦିନରେ ଦୁଇ କୋଟିରୁ ଅଧିକ ଲୋକେ ଦେଖିଲେଣି ‘ପତି ପତ୍ନୀ ଔର ୱ’ ଫିଲ୍ମର ଏହି ଗୀତ

latestly
58

ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ, ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକର ଷ୍ଟାରର ଫିଲ୍ମ ‘ପତି ପତ୍ନୀ ଔର ୱ’ର ଗୀତ ‘ଅଖିୟୋଁ ସେ ଗୋଲି ମାରେ’ ରିଲିଜ ହେଉ ହେଉ ସୋସିଆଲ ମିଡିଆରେ ଛାଇ ରହିଛି । ଗୀତକୁ ମାତ୍ର ଦୁଇ ଦିନରେ ଦୁଇ କୋଟିରୁ ଅଧିକ ଭ୍ୟୁଜ ୟୁଟ୍ୟୁବରେ ମିଳିସାରିଛି । ଏହି ଗୀତକୁ ଫରାହ ଖାନ କୋରିଓଗ୍ରାଫି କରିଛନ୍ତି । ସେହିପରି ଗୀତକି ତୁଲସୀ କୁମାର ଏବଂ ମିକା ସିଂ ରିକ୍ରିଏଟ କରିଛନ୍ତି । ଏହି ଗୀତରେ ରବୀନା ଟଣ୍ଡନ ଏବଂ ଗୋବିନ୍ଦାଙ୍କ ସଗନେଚର ଷ୍ଟେପ୍ସ ମଧ୍ୟ ଦେଖିବାକୁ ମିଳିଛି । ଏହି ପାର୍ଟ ନମ୍ବରରେ କାର୍ତ୍ତିକ ନିଜର ଦୁଇ ହିରୋଇନଙ୍କ ସହିତ ଝୁମୁଥିବାର ଦେଖିବାକୁ ମିଳିଛି ।

କହିରଖୁଛୁ ଯେ କାର୍ତ୍ତିକ ଆର୍ୟନଙ୍କ ଏହି ଫିଲ୍ମ ୧୯୭୮ରେ ରିଲିଜ ହୋଇଥିବା ବିଆର ଚୋପ୍ରାଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱ’ର ରିମେକ । ଫିଲ୍ମରେ କାର୍ତ୍ତିକଙ୍କ ପତ୍ନୀ ଭାବେ ଭୂମି ପେଡନେକର ଏବଂ ଗର୍ଲଫ୍ରେଣ୍ଡ ଭାବେ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିବ । ଫିଲ୍ମ ୬ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More