Only for Entertainment

ମେରଠ ଥାନାରେ କିନ୍ନରଙ୍କ ଉପରେ ପୁଲିସ କଲା ଲାଠିଚାର୍ଜ, ଜାଣନ୍ତୁ !

41

ଉତ୍ତରପଦେଶର ମେରଠରେ ଶୁଭେଚ୍ଛା ଜଣାଇ ଟଙ୍କା ନେଣଦେଣକୁ ନେଇ ଦୁଇ କିନ୍ନର୍ ଗୋଷ୍ଠୀଙ୍କ ମଧ୍ୟରେ ସୋମବାର ଗଣ୍ଡଗୋଳ ହେବାପରେ ଉକ୍ତ ସ୍ଥାନରେ ପୋଲିସ୍ ପହଂଚିଥିଲା । ଦୁଇ ପକ୍ଷରୁ ଲାଲକୁର୍ତ୍ତୀ କ୍ଷେତ୍ର ଫୱାରା ଚୌକ ପାଖ ଏକ ଘରେ ଉତ୍ପାତ ମଚାଇଥିଲେ । ତେବେ ଏହି ହଙ୍ଗାମାର ଖବର ପାଇ ପୋଲିସ୍ ପହଂଚିବା ପରେ ଦୁଇ କିନ୍ନର୍ ଗୋଷ୍ଠୀଙ୍କୁ ଥାନାକୁ ନେଇ ବୁଝାବୁଝି କରିଥିଲେ । ପୋଲିସର ବାରମ୍ବାର ବୁଝାଇବା ପରେ ମଧ୍ୟ ମାମଲା ଉଗ୍ର ହେବାରୁ ପୋଲିସ୍ କୁ ଲାଠି ଚଳାଇବାକୁ ପଡିଥିଲା । ତେବେ ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ସାଇଟ୍ ଘୁରି ବୁଲୁଛି ଯେଉଁଥିରେ ଥାନାର ଇନ୍ସପେକ୍ଟର ମଧ୍ୟ କିନ୍ନରଙ୍କୁ ପିଟୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଘଟଣା ସେତେବେଳେ ଜଟିଳ ହେଲା ଯେତେବେଳେ କିନ୍ନରମାନେ ଅର୍ଦ୍ଧନଗ୍ନ ଅବସ୍ଥାରେ ଥାନାରେ ହଙ୍ଗାମା କରିବା ଆରମ୍ଭ କରି ଦେଇଥିଲେ । ଯାହାପରେ ପୋଲିସ୍ ମଧ୍ୟ ଉଗ୍ର ରୂପ ଧାରଣ କରି କିନ୍ନରଙ୍କୁ ପିଟିବା ଆରମ୍ଭ କରିଦେଇଥିଲେ । ଖୋଦ୍ ଥାନା ଇନ୍ସପେକ୍ଟର ରୋଞ୍ଜତ୍ ତ୍ୟାଗିଙ୍କ ସମେତ ଅନ୍ୟ ପୋଲିସକର୍ମୀ ମଧ୍ୟ କିନ୍ନରଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ ।

ଆପଣଙ୍କୁ କହିରଖୁଛୁ ଟ୍ରାନ୍ସଜେଣ୍ଡର ସମୁଦାୟ ସଦସ୍ୟଙ୍କୁ ସାର୍ବଜନୀନ ସ୍ଥଳରୁ ଟଙ୍କା ଆଦାୟର ଅଭିଯୋଗ ଲଗାଯାଇଛି । ନିକଟରେ ଆରଟିଆଇ ରିପୋର୍ଟରେ ରେଳ ମନ୍ତ୍ରାଳୟ କହିଥିଲେ ଗତ ୪ ବର୍ଷ ମଧ୍ୟରେ ଯାତ୍ରୀଙ୍କ ଠାରୁ ଜୋର୍ ଜବରଦସ୍ତ ଟଙ୍କା ଆଦାୟ କରିବା ଅଭିଯୋଗରେ ୭୩,୦୦୦ କିନ୍ନରଙ୍କୁ ଗିରଫ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More