Only for Entertainment

ଟ୍ରକ ଡ୍ରାଇଭର ଠାରୁ ଲାଂଚ ନେଲେ ଟ୍ରାଫିକ ପୋଲିସ, ଭିଡ଼ିଓ ଭାଇରାଲ

aajtak
23

ମଧ୍ୟପ୍ରଦେଶର ରାୟସେସ ଜିଲ୍ଲାର ମଣ୍ଡିଦୀପରେ ଟ୍ରକ ଚାଳକଙ୍କ ଠାରୁ ଯାତାୟତ ପୋଲିସର କର୍ମଚାରୀ ଦ୍ୱାରା କଥିତ ଭାବରେ ଟଙ୍କା ଲାଂଚ ନେବା ଘଟଣାରେ ସମ୍ବଦ୍ଧୀତ ପୋଲିସ କର୍ମଚାରୀଙ୍କୁ ପଚରା ଉଚରା କରାଯିବ । ମଣ୍ଡିଦୀପ ଥାନାର ପ୍ରଭାରୀ ରାଜେଶଙ୍କ କହିବା ଅନୁସାରେ ଏବେ ଭିଡ଼ିଓ ସାମ୍ନାକୁ ଆସିଛି । ଭାଇରାଲ ଭିଡ଼ିଓ ଅନୁସାରେ ଔଦ୍ୟୋଗିକ କ୍ଷେତ୍ର ମଣ୍ଡିଦୀପରେ ଏକ ଫ୍ୟାକ୍ଟ୍ରି ନିକଟରେ ଯାତାୟତ ପୋଲିସ କର୍ମଚାରୀ ରମେଶ ଶାକ୍ୟା ଟ୍ରକ ଚାଳକଙ୍କ ଠାରୁ ଅବୈଧ ଭାବରେ ଲାଂଚ ନେଇଛନ୍ତି ।

 

ତା’ ହାତରେ ନୋଟ ଦେଖିବାକୁ ମିଳିଛି । ସେ ଏହା ମଧ୍ୟ କହିବାର ଶୁଣିବାକୁ ମିଳିଛିଯେ ତା ଥାନା ଅଲଗା । ଏହି ଭିଡ଼ିଓ ଭାଇରାଲ ହେବା ସହିତ ଜିଲ୍ଲାର ପୋଲିସ ଅଧିକାରୀଙ୍କ ନିକଟରେ ମଧ୍ୟ ପହଂଚି ଯାଇଛି । କିନ୍ତୁ ଏହା ଭଲ ଭାବରେ ଜଣାପଡ଼ି ନାହିଁଯେ ଭିଡ଼ିଓଟି କେଉଁ ସ୍ଥାନର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More