Only for Entertainment

ଅମାନବିକତାର କରାଳ ଦୃଶ୍ୟ: ପଥର ମାଡ଼ରେ ପାହାଡ଼ରୁ ନଦୀକୁ ଖସି ପଡ଼ି ଭାଲୁର ମୃତ୍ୟୁ !

27

ସୋସିଆଲ ମିଡିଆରେ କାରଗିଲର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କିଛି ଲୋକ ଏକ ଭାଲୁକୁ ଟେକା ପଥର ଫିଙ୍ଗୁଥିବା ଦେଖିବାକୁ ମିଳିଛି । ପାହାଡ଼ କଡ଼ରେ ଠିଆ ହୋଇ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ଭାଲୁଟି ପାଖ ନଦୀକୁ ଖସି ପଡ଼ୁଛି । ଏହା ପରେ ତା’ର ମୃତ୍ୟୁ ଘଟୁଛି ।

ଭିଡିଓରେ ଦେଖାଯାଇଥିବା ଦୃଶ୍ୟ ଅନୁଯାୟୀ, ଭାଲୁକୁ ଦେଖି କିଛି ଲୋକ ଟେକା ପଥର ମାରିବାରୁ ଭାଲୁଟି ପ୍ରଥମେ ଏକ ଲୁହା ତାର ଲଗା ବାଡ଼ରେ ଫସି ଯାଇଥିଲା । ଏହା ପରେ ବହୁ କଷ୍ଟରେ ସେଠାରୁ ବାହାରି ନିଜକୁ ବଞ୍ଚାଇବା ପାଇଁ ସେ ଏକ ପାହାଡ଼ ପାଖକୁ ଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ତା’ର ପିଛା ଛାଡ଼ି ନଥିଲେ ଲୋକେ । ବାରମ୍ବାର ଟେକା ମାଡ଼ କରିବାରୁ ଭାଲୁଟି ପାହାଡ଼ ତଳେ ଯାଇଥିବା ନଦୀରେ ଖସି ପଡ଼ିଥିଲା । ତେବେ ତଳକୁ ଖସିବା ପରେ ପାଣିରୁ ଉଠିବାର ଅନେକ ଚେଷ୍ଟା କରି ମଧ୍ୟ ସେ ଉଠି ପାରି ନଥିଲା । କିଛି ସମୟ ପରେ ତା’ର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More