Only for Entertainment

ରିଲିଜ ହେଲା ଫିଲ୍ମ ‘ଶକୁନ୍ତଳା ଦେବୀ’ର ମୋଶନ ପୋଷ୍ଟର, ଗଣିତ ପଢାଉଥିବାର ନଜର ଆସିଲେ ବିଦ୍ୟା !

36

ବିଶ୍ୱ ଗଣିତ ଦିବସ ମଉକାରେ ରିଲିଜ ହୋଇଛି ବିଦ୍ୟା ବଲାନଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ର ମୋଶନ ପୋଷ୍ଟର ରିଲିଜ ହୋଇଛି । କିଛି ଦିନ ପୂର୍ବେ ନିର୍ମାତା ବିଦ୍ୟାଙ୍କ ଲୁକ ରିଭିଲ କରିଥିଲେ , ଏବେ ସେ ଗଣିତର ଏକ ଝଲକ ଦେଖାଇଛନ୍ତି । ପ୍ରତିଭାଶାଳୀ ଗଚ୍ଚିତଜ୍ଞ ‘ଶକୁନ୍ତଳା ଦେବୀ’ଙ୍କ ଭୂମିକା ତୁଲାଉଥିବା ବିଦ୍ୟା ଫିଲ୍ମରେ ଗଣିତ ବିଷୟରେ କହୁଥିବାର ନଜର ଆସିଛନ୍ତି ।

ବିଦ୍ୟା ନିଜ ଇନଷ୍ଟାଗ୍ରାମରେ ମୋଶନ ପୋଷ୍ଟର ଶେୟାର କରିଛନ୍ତି । ଏହି ଭିଡିଓରେ ବିଦ୍ୟାଙ୍କ ହାତରେ ଗଣିତର ସମସ୍ତ ଆରିଥମେଟିକ ଅପରେସନ ଆସିଯାଇଥିବା ଦେଖିବାକୁ ମିଳିଛି । ଫିଲ୍ମର ମୋଶନ ପୋଷ୍ଟର ବ୍ୟତୀତ ବିଦ୍ୟା ନିଜେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ନିଜ ମନରେ ନମ୍ବର ଭାବିବାକୁ କହିଛନ୍ତି ଏବଂ ଏଥିରେ କିଛି ନମ୍ବରକୁ ମିଶାଇ, ଫେଡି , ଗୁଣି ଏବଂ ହରି ନମ୍ବର କାଢିବାକୁ କହିଛନ୍ତି । ଏହାପରେ ଉତ୍ତର ପଚାରି ଠିକ ଥିବା କହିଛନ୍ତି ।


ଫିଲ୍ମରେ ବିଦ୍ୟାଙ୍କ ଲୁକକୁ ଶକୁନ୍ତଳା ଦେବୀଙ୍କ ସହ ସଂଯୋଗ କରିବା ପାଇଁ ଅନେକ ପ୍ରୟାସ କରାଯାଇଛି । ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମରେ ସାନ୍ୟା ମଲହୋତ୍ରା ଶକୁନ୍ତଳାଙ୍କ ଝିଅ ଭୂମିକା ତୁଲାଇଛନ୍ତି । ଅନୁ ମେନନ ଫିଲ୍ମ ଶକୁନ୍ତଳା ଦେବୀ’ରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏବଂ ଫିଲ୍ମ ଆସନ୍ତା ବର୍ଷ ୨୦୨୦ରେ ରିଲିଜ ହେବ ।


ଶକୁନ୍ତଳା ଦେବୀ ଗଣିତ ଖୁବ ଦୃତରେ ଗଣନା କରୁଥିଲେ । ଏହି କାରଣରୁ ତାଙ୍କୁ ମାନବ କମ୍ପ୍ୟୁଟର ମଧ୍ୟ କୁହାଯାଉଥିଲା । ଶକୁନ୍ତଳା ଦେବୀ ୫ବର୍ଷରେ ଗଣିତର ବଡ ବଡ ପ୍ରଶ୍ନ ସମାଧାନ କରିଦେଉଥିଲେ । ୧୯୮୨ରେ ଗିନୀଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ତାଙ୍କ ନାଁ ସାମିଲ ହୋଇଥିଲା । ଏହା ବ୍ୟତୀତ ସେ ବହି ମଧ୍ୟ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More