Only for Entertainment

ପାକିସ୍ତାନୀ କଳାକରଙ୍କ ଉପରେ ବ୍ୟାନକୁ ନେଇ ଆସିଲା ବିଦ୍ୟା ବାଲାନଙ୍କ ପ୍ରତିକ୍ରିୟା, କହିଲେ- ଏବେ ବହୁତ ହୋଇଗଲା…

The Indian Express
64

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ କଳାକରଙ୍କୁ ବ୍ୟାନ କରାଯିବା ଘଟଣାକୁ ନେଇ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ମଧ୍ୟ ନିଜର ବୟାନ ଦେଇଛନ୍ତି । ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତ୍ରୀ କହିଛନ୍ତି ବହୁତ ହୋଇଗଲା ଏବେ ଦୃଢ ପଦକ୍ଷେପ ନେବା ଆବଶ୍ୟକ । ବିଦ୍ୟା ଆହୁରି ମଧ୍ୟ କହିଛନ୍ତି , ‘ମୁଁ ସବୁବେଳେ ଭାବେ କଳାକୁ କୌଣସି ସୀମା ଏବଂ ରାଜନୀତି ଠାରୁ ଦୂରେଇ ରଖିବା ଉଚିତ କିନ୍ତୁ ଏବେ ଲାଗୁଛି ଯେ, କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏବେ ବହୁତ ହୋଇଗଲା ।’

ବିଦ୍ୟା ବାଲାନ ଖୁବ ଶୀଘ୍ର ରେଡିଓ ଶୋ ‘ଧୁନ ବଦଲ କେ ତୋ ଦେଖୋ’ରେ ଆରଜେ ଭାବେ ନଜର ଆସିବେ । ବିଦ୍ୟା ରିଲ ଲାଇଫରେ ତ ଆରଜେ ଭାବେ ଫିଲ୍ମ ‘ତୁହ୍ମାରୀ ସୁଲୁ’ରେ ନଜର ଆସିଥିଲେ । ଏବେ ରିଅଲ ଲାଇଫରେ ଆରଜେ ଭୂମିକା ତୁଲାଇବେ । ଏହି ଶୋ’ରେ ନାରୀ ମାନଙ୍କ ମସସ୍ୟା ଉପରେ ଆଲୋଚନା କରାଯିବା ସହିତ ନିୟମିତ ଭାବେ ସେଲିବ୍ରିଟିଙ୍କୁ ମଧ୍ୟ ଆମନ୍ତ୍ରୀତ କରାଯିବ ।

ୱାର୍କଫିଟ ବିଷୟରେ କହିବାକୁ ଗଲେ ବିଦ୍ୟା ଏନଟିଆରଙ୍କ ବୟୋପିକରେ ନଜର ଆସିଥିଲେ । ଏହା ବ୍ୟତିତ ସେ ଫିଙ୍କର ରିମେକରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More