Only for Entertainment

ଭାରତର ପାୱାରଫୁଲ ପ୍ରଧାନମନ୍ତ୍ରୀ ହେବେ ବିଦ୍ୟା । ବଡପରଦାରେ ଦେଖିବାକୁ ମିଳିବ ଦମଦାର ଅଭିନୟ

thequint.com
0 29

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ଭିନ୍ନ ରୂପରେ ଦେଖିବାକୁ ପାଇବେ ପ୍ରଶଂସକ । ଆପଣମାନେ ବିଦ୍ୟାଙ୍କୁ ହାସ୍ୟ ଅଭିନେତ୍ରୀ ଭାବେ ପରଦାରେ ଦେଖିଛନ୍ତି । କିନ୍ତୁ ଏବେ ବିଦ୍ୟାଙ୍କୁ ଏକ ମୋଷ୍ଟ ପାୱାରଫୁଲ ଓମେନ ଭାବେ ଦେଖିବାକୁ ପାଇବେ ପ୍ରଶଂସକ । ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାହାଣୀ ନେଇ ଏକ ଫିଲ୍ମ ନିର୍ମାଣ କରାଯିବ, ଯେଉଁଥିରେ ବିଦ୍ୟା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜରକୁ ଆସିବେ ବୋଲି ଶୁଣାଯାଉଛି ।

ବିଦ୍ୟା ବଲାନଙ୍କ ପାଖେ ପ୍ରତିଭାର ଅସରନ୍ତି ଭଣ୍ଡାର ରହିଛି ଏବଂ ଗତ କିଛି ଦିନ ପୂର୍ବେ ସମସ୍ତ ଦର୍ଶକ ମାନଙ୍କ ସମ୍ମୁଖରେ ଆଗକୁ ବଲିଉଡ ପରଦାରେ ଏକ ଉତ୍ତମ ଚଳଚିତ୍ର ଆସିବ ବୋଲି ବିଦ୍ୟା ଘୋଷଣା କରିଥିଲେ । ବିଦ୍ୟା ସାଗରିକା ଘୋଷଙ୍କ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ ଲେଖା ପୁସ୍ତକ କିଣି ସାରିଛନ୍ତି । ଏହାବ୍ୟତୀତ ବିଦ୍ୟାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବାକୁ ଥିବା ଉତ୍ସାହ ପ୍ରକାଶ କରିଛନ୍ତି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ ଖବର ପ୍ରକାଶ ହୋଇନାହିଁ । କିନ୍ତୁ ବିଦ୍ୟା କହିଛନ୍ତି କୌଣସି ପ୍ରକ୍ରିୟାରେ ହେଉ ନାଁ କାହିଁକି ସେ ପରଦାରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିଶ୍ଚୟ କରିବେ ।

ଏହି ଫିଲ୍ମ ପାଇଁ ସାଗରିକା ମଧ୍ୟ ସୋସିଆଲ ମିଡିଆରେ ନିଜର ଟିପ୍ପଣୀ ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ “ସେ ବିଦ୍ୟା ଏବଂ ରାୟ କପୁରଙ୍କ ପ୍ରଡକ୍ସନ ସହ ଚୂକ୍ତି ସ୍ୱାକ୍ଷର କରିସାରିଛନ୍ତିି , ବର୍ତ୍ତମାନ ଇନ୍ଦିରାଙ୍କୁ ପରଦାରେ ଦେଖିବା ଲାଗି ଅପେକ୍ଷାରେ ଅଛନ୍ତି ।”

ଏହାବ୍ୟତୀତ କଣ ସତରେ ବିଦ୍ୟା ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ପରଦାକୁ ଆସିବେ ବୋଲି ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଙ୍କ ତରଫରୁ ଏହି ବିଷୟକୁ ନେଇ କୌଣସି ତଥ୍ୟ ମିଳିନାହିଁ ।

ଏଠାରେ ଆମେ କହି ରଖୁଛୁ ଯେ ବିଗତ ଚଳଚିତ୍ର “ତୁମ୍ହାରି ସୁଲୁ”ରେ ଏକ କାର୍ଯ୍ୟରତ ମହିଳାର ଚରିତ୍ରରେ ବିଦ୍ୟାଙ୍କୁ ପରଦାରେ ଦେଖିବାକୁ ମିଳିଥିଲା । ବିଦ୍ୟାଙ୍କ ଏହି ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ବକ୍ସ ଅଫିସରେ ଏହି ଚଳଚିତ୍ର ଭଲ ରୋଜଗାର କରିଛି । ଏବେ ପ୍ରଶଂସକ ବିଦ୍ୟାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଦେଖିବାକୁ ଉତ୍ସାହିତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More