Only for Entertainment

ମାଗାଜିନ କଭରରେ ଛାଇଲେ ବିଦ୍ୟା ବାଲନ, ୪୦ବର୍ଷ ବୟସରେ ଦେଖିବାକୁ ମିଳିଲା ଗ୍ଲାମରସ ଲୁକ !

36

ବଲିଉଡ ଅଭିନେତ୍ରୀ ବିଦ୍ୟାବାଲନ ନିଜ ଦମଦାର ଅଭିନୟରେ ଫ୍ୟାନ୍ସଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ପାଇଛନ୍ତି । ଫିଲ୍ମ ସଙ୍ଗେ ସଙ୍ଗେ ସେ ନିଜ ଫ୍ୟାଶନ ସେନ୍ସକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ନିକଟରେ ବିଦ୍ୟା ଫେମିନା ମାଗାଜିନ ପାଇଁ ଫଟୋସୁଟ କରିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
ଏହି ଫଟୋରେ ବିଦ୍ୟା ଖୁବ ହଟ ଲାଗୁଛନ୍ତି । ଫଟୋରେ ସେ ଫର୍ମାଲ ଲୁକରେ ନଜର ଆସିଛନ୍ତି , ଯାହାକୁ ଖୁବ ପସନ୍ଦ କରିଛନ୍ତି ୟୁଜର୍ସ । ସବୁ ଫଟୋରେ ବିଦ୍ୟା ଭିନ୍ନ ଭିନ୍ନ ଆଉଟଫିଟ ପିନ୍ଧି ଖୁବ କାତିଲାନା ଅନ୍ଦାଜ ସହ ମିଡିଆ କ୍ୟାମେରାରେ ପୋଜ ଦେଇଛନ୍ତି ।

ଲୁକ ସହ ବିଦ୍ୟାଙ୍କ ଇୟରିଂ ମଧ୍ୟ ଖୁବ ଆଟ୍ରାକ୍ଟିଭ ଲାଗୁଛି । ସମସ୍ତ ଫଟୋରେ ବିଦ୍ୟାଙ୍କ ଲେଡି ବସ ଲୁକ ଦେଖିବାକୁ ମିଳିଛି । ବିଦ୍ୟା ୪୦ବର୍ଷ ବୟସର ହେଲେ ବି ତାଙ୍କର ଫଟୋସୁଟ ରେ ବୋଲ୍ଡନେସ ଅନ୍ଦାଜ ଦେଖି ଆପଣ ତାଙ୍କ ବୟସ ଅନୁମାନ ଲଗାଇବା ଖୁବ ମୁସ୍କିଲ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ବିଦ୍ୟା ବାଲନଙ୍କ ଫିଲ୍ମ ‘କଥାନାୟକୁଡୁ’ ୯ଜାନୁଆରୀରେ ରିଲିଜ ହୋଇଥିଲା । ଏହି ଫିଲ୍ମ ଆନ୍ଧ୍ରପ୍ରଦେଶର ସୁପରଷ୍ଟାର ଏବଂ ନେତା ଏନଟି ରାମାରାଓଙ୍କ ଉପରେ ଆଧାରିତ । ଏହି ଫିଲ୍ମରେ ବିଦ୍ୟା ବାଲନ ଏନଟିଆରଙ୍କ ପତ୍ନୀ ବସାବତରାକମ ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More