Only for Entertainment

ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକରେ ନଜର ଆସିବେ ବିଦ୍ୟା ବଲାନ ।

Filmfare
0 43

ବଲିଉଡରେ ଆଜିକାଲି ବାୟୋପିକର ଧମାକା ଚାଲିଛି । ଏବେ ପର୍ଯ୍ୟନ୍ତ ବଲିଉଡରେ ବାୟୋପିକ ଫିଲ୍ମ ଦର୍ଶକଙ୍କୁ ଦେଖିବାକୁ ମିଳୁଥିଲା କିନ୍ତୁ ଦର୍ଶକଙ୍କ ମଧ୍ୟରେ ଏଂଟରଟେନ ପପୁଲାର ହେବା ପରେ ଏବେ ବାୟୋପିକର ମଧ୍ୟ ସିରିଜ ଦେଖିବାକୁ ମିଳିବ । କିଛି ଦିନ ହେବ ସନ୍ନି ଲିଓନିଙ୍କ ବାୟୋପିକ ‘କରନ ଜିତ କୌର’ରିଲିଜ ହୋଇଥିଲା । ଏବେ ଏହି ଧାରାରେ ଖୁବ ଶୀଘ୍ର ଭାରତର ଆଇରନ ଲେଡି ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଏକ ଫିଲ୍ମ ଆସିବାକୁ ଯାଉଅଛି ।

ଫିଲ୍ମଫେୟାରର ଏକ ଖବର ମୁତାବକ, ପତ୍ରକାର-ଲେଖକ ସାଗରିକା ଘୋଷଙ୍କ ଦ୍ୱାରା ଇନ୍ଦିରା ଗାନ୍ଧୀଙ୍କ ଉପରେ ଲେଖାଯାଇଥିବା ବହି ‘ଇନ୍ଦିରା : ଇଣ୍ଡିଆଜ ମୋଷ୍ଟ ପାୱର ଫୁଲ ପ୍ରାଇମ ମିନିଷ୍ଟର’ଙ୍କ ଉପରେ ବାୟୋପିକ ପ୍ରସ୍ତୁତ କରାଯିବ । ଇନ୍ଦିରା ଗାନ୍ଧୀଙ୍କ ଏହି ବାୟୋପିକ ଏକ ୱେବ ସିରିଜ ଜରିଆରେ ଦର୍ଶକଙ୍କ ଆଗରେ ପରିବେଶଣ କରାଯିବ, ଯେଉଁଥିରେ ବିଦ୍ୟା ବାଲନ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ।

ଆଗରୁ ମଧ୍ୟ ଏହି ଫିଲ୍ମକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ସେ ସମୟରେ ଏହା କନଫର୍ମ ହୋଇ ନଥିଲା ଯେ ଏହା ଉପରେ ଫିଲ୍ମ ହେବ କି ୱେବ ସିରିଜ । ମାତ୍ର ଏହା ସ୍ପଷ୍ଟ ହୋଇଯାଇଛି ।

ଏହି ଫିଲ୍ମ ପ୍ରଡ୍ୟୁସ କରିବେ ରାନୀ ଶୁକ୍ଳା । ବିଦ୍ୟା ବଲାନ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହ ପ୍ରକାଶ କରିଛନ୍ତି । ବିଦ୍ୟାବଲାନ ଏକ ସାକ୍ଷାତକାରରେ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ଅନେକ ବିଷୟ କହିବା ପାଇଁ ଅଛି ଯାହା ଏହି ଫିଲ୍ମରେ ଦର୍ଶାଇବା ଅସମ୍ଭବ ଅଟେ । ତେଣୁ ଟିମ ମେମ୍ବର ଏହା ଫଏସଲା କରିଛନ୍ତି ଯେ ଏହାକୁ ଫିଲ୍ମ ନ କରାଯାଇ ୱେବ ସିରିଜ କରାଯିବ । ଏହି ପ୍ରୋଜେକ୍ଟର କାମ ଆରମ୍ଭ ହୋଇଗଲାଣି । ମାତ୍ର ଏବେ ଯାଏଁ ଏହା ସ୍ପଷ୍ଟ ହୋଇ ନାହିଁ ଯେ ଏହା କେତୋଟି ସିଜନରେ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More