Only for Entertainment

ଯୋକର୍ ସାଜିଲେ ଏହି ବଲିଉଡ୍ ଅଭିନେତ୍ରୀ,ସୋସିଆଲ ମିଡିଆରେ ଲେଖିଲେ ‘ ଜୀନା ୟାହାଁ ମରନା ୟାହାଁ ‘ !

280

ଅଭିନେତ୍ରୀ ବିଦ୍ୟା ବଲାନ୍ ଜଣେ ଏମିତି କଳାକାର ଯିଏ ଖୁବ୍ କମ୍ ଫିଲ୍ମ୍ କରି ମଧ୍ୟ ନିଜର ଏକ ଭିନ୍ନ ପରିଚୟ ବନାଇ ପାରିଛନ୍ତି । ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ନ ରହୁଥିବା ବିଦ୍ୟାଙ୍କର ଏକ ଭିଡ଼ିଓ ଏହି ଲକଡାଉନ୍ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡ଼ିଓ ରେ ବିଦ୍ୟା ଯୋକର୍ ଲୁକ୍ ରେ ନଜର ଆସିଛନ୍ତି ।

ଅସଲ ରେ ବିଦ୍ୟା ନିକଟରେ ଏକ ଭିଡ଼ିଓ ସେୟାର କରିଥିଲେ ଏବଂ ଏହି ଭିଡ଼ିଓ ରେ ସେ ରାଜ କାପୁର୍ ଙ୍କ ଗୀତ। ଜୀନା ୟାହାଁ ମରନା ୟାହାଁ ‘ ଗୀତ ରେ ଯୋକର ସାଜିଛନ୍ତି । ଏହି ଭିଡ଼ିଓ ସେୟାର କରି ସେ କ୍ୟାପ୍ସନ୍ ଲେଖିଛନ୍ତି ‘ଜୀନା ୟାହାଁ ମରନା ୟାହାଁ , ଇସକେ ସିୱା ଯାନା କାହା  ‘ । ସୋସିଆଲ ମିଡିଆରେ ଭିଡ଼ିଓ କୁ ସମସ୍ତେ ଖୁବ୍ ପସନ୍ଦ କରୁଛନ୍ତି । 

ଫିଲ୍ମ୍ ବିଷୟରେ କହିବାକୁ ଗଲେ କାହାନୀ, ଡର୍ଟୀ ପିକ୍ଚର, ତୁମ୍ହାରି ସୁଲୁ, ଵେଗମ ଜାନ, ମିଶନ ମଙ୍ଗଲ ଏହିଭଳି ଫିଲ୍ମ୍ ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା । ତେବେ ଖୁବ୍ ଶୀଘ୍ର ବିଦ୍ୟା ଗଣିତଜ୍ଞ ଶକୁନ୍ତଳା ଦେବୀ ଙ୍କ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More