Only for Entertainment

ଏନଟିଆର ବାୟୋପିକର ପୋଷ୍ଟର ରିଲିଜ, ସାମ୍ନାକୁ ଆସିଲା ବିଦ୍ୟା ବାଲାନଙ୍କ ଲୁକ

Hindustan Times
44

ଆନ୍ଧ୍ର ପ୍ରଦେଶରେ ଭଗବାନଙ୍କ ପରି ପୂଜା କରାଯାଉଥିବା ଆକ୍ଟର ଏବଂ ରାଜନେତା ଏନ.ଟି. ରାମାରାଓଙ୍କ ବାୟୋପିକର ସୁଟିଂ ଏବେ ଜୋର ସୋରରେ ଚାଲିବାରେ ଲାଗିଛି । ଫିଲ୍ମର ସୁଟିଂ ବର୍ତ୍ତମାନ ହାଇଦ୍ରାବାଦରେ ଚାଲିଛି । ତେବେ ଇତି ମଧ୍ୟରେ ଫିଲ୍ମର କିଛି ପୋଷ୍ଟରକୁ ରିଲିଜ କରାଯାଇଛି । ଏହି ପୋଷ୍ଟରରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଲୁକକୁ ମଧ୍ୟ ରିଲିଜ କରାଯାଇଛି । ପୋଷ୍ଟରରେ ବିଦ୍ୟା ହାରମୋନିୟମ ବଜାଉଥିବାର ନଜର ଆସିଛନ୍ତି । ଫିଲ୍ମରେ ବିଦ୍ୟା ବାଲାନ ଏନଟିଆରଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।


କହିରଖୁଛୁ ଯେ, ଫିଲ୍ମର ଟ୍ରେଲର ୨୧ ଡିସେମ୍ବରରେ ଲଂଚ କରାଯିବ । କୃଷ ଏହି ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି । ଏମଏମ କିରାବାନୀ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଫିଲ୍ମର ବଜେଟ ୧୦୦ କୋଟି ବୋଲି କୁହାଯାଉଛି । ଏଟିଆରଙ୍କ ବିଷୟରେ କହିବାକୁ ଗଲେ ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ଏହା ସହିତ ଅଭିନେତା ମଧ୍ୟ ରହିଛନ୍ତି । ତାଙ୍କର ଫ୍ୟାନ୍ସ ଏବେ ମଧ୍ୟ ତାଙ୍କୁ ଭଗବାନଙ୍କ ପରି ପୂଜା କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More