Only for Entertainment

‘ଅବ ୟେ କରକେ ଦିଖାଓ’ ଆକ୍ସନ ହିରୋ ବିଦ୍ୟୁତ ଜାମୱାଲଙ୍କ ୱାର୍କଆଉଟ ଭିଡିଓ ଭାଇରାଲ !

47

ଆକ୍ସନ ହିରୋ ବିଦ୍ୟୁତ ଜମୱାଲଙ୍କର ଗୋଟେ ନୂଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆପଣାମନେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ବିଦ୍ୟୁତଙ୍କ ପ୍ରଂଶସା ନକରି ମଧ୍ୟ ରହିପାରିବେନି । ପରଦାରେ ଏକ ସେ ବଡକର ଏକ ଷ୍ଟଂଟ କରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବିଦ୍ୟୁତ ଏବେ ସତସତିକା ଷ୍ଟଂଟ କରିଛନ୍ତି ।

ୱାର୍କଆଉଟ ସମୟର ଏହି ଭିଡିଓରେ ବିଦ୍ୟୁତ ଏକ ଗ୍ୟାସ ଭର୍ତ୍ତି ସିଲିଣ୍ଡରକୁ ବେଶ କୌଶଳ ସହ ଉଠାଇବା ସହ ଦୁଇ ହାତରେ ଧରି କସରତ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ଦେଖିଲେ ଲାଗିବ ସତେ ଯେପରି ଏହା ଖାଲି ସିଲିଣ୍ଡର ପ୍ରକୃତରେ କିନ୍ତୁ ଏହା ଗ୍ୟାସ ଭର୍ତି ୩୦କେଜିର ସିଲିଣ୍ଡର । ଏତେ ଓଜନିଆ ସିଲିଣ୍ଡରକୁ ଧରି ବିଦ୍ୟୁତ ଯେଉଁଭଳି ଭାବରେ କସରତ କରିଛନ୍ତି ଏହାକୁ ଦେଖିବା ପରେ ଫ୍ୟାନ ଠୁ ସୋସିଆଲ ମିଡିଆ ୟୁଜର୍ସ ବେଶ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More