Only for Entertainment

ଚର୍ଚ୍ଚାରେ ବଲିଉଡ୍ ‘କମାଣ୍ଡୋ’ ବିଦ୍ୟୁତ ଜାମୱାଲ, ମାର୍ସାଲ୍ ଆର୍ଟ ପାଇଁ ମିଳିଲା ନୂଆ ପରିଚୟ ।

Hindustan Times
0 58

ନିଜ ଗୁଡ୍ ଲୁକ ସହ ଦମଦାର୍ ଆକ୍ସନ୍ ପାଇଁ ବଲିଉଡରେ ଲୋକପ୍ରିୟ ହୋଇଥିବା ଅଭିନେତା ବିଦ୍ୟୁତ ଜାମୱାଲଙ୍କୁ ମିଳିଛି ନୂଆ ସଫଳତା । ମାର୍ସଲ୍ ଆର୍ଟ ଓ କଲିରିପାୟୁଟୁ ତାଲିମ୍ ପ୍ରାପ୍ତ ଏହି ଅଭିନେତା ଏବେ ସାରା ବିଶ୍ୱରେ ନିଜର ଏହି ଖାସ୍ ଟ୍ୟାଲେଂଟ୍ ପାଇଁ ହୋଇଛନ୍ତି ପରିଚିତ । ବିଶ୍ୱର ଟପ୍ ଫାଇବ୍ ମାର୍ସାଲ୍ ଆର୍ଟ ତାରକାଙ୍କ ମଧ୍ୟରେ ସ୍ଥାନ ପାଇଛି ବିଦ୍ୟୁତଙ୍କ ନାଁ ।

ବଲିଉଡ୍ ହ୍ୟାଣ୍ଡମ୍ ଆକ୍ଟର୍ ବିଦ୍ୟୁତ ଜାମୱାଲ ଏବେ ସାରା ବିଶ୍ୱରେ ହୋଇଛନ୍ତି ପରିଚିତ । ଏକ ଆମେରିକୀୟ ୱେବ୍ସାଇଟ୍ ପକ୍ଷରୁ ହୋଇଥିବା ସର୍ଭେରେ ଅଭିନେତା ବିଦ୍ୟୁତଙ୍କୁ ବିଶ୍ୱର ଟପ୍ ୫ ମାର୍ସଲ୍ ଆର୍ଟ ଷ୍ଟାରଙ୍କ ମଧ୍ୟରେ ସ୍ଥାନ ଦିଆ ଯାଇଛି । ସିନେ ସମିକ୍ଷକ ତରନ ଆଦର୍ଶ ମଧ୍ୟ ଟ୍ୱିଟ୍ କରି ଏହି ଖବର ବିଷୟରେ ଜଣାଇଛନ୍ତି । ମଂଚ୍ ଲୁପର୍ ୱେବସାଇଟ୍ ପକ୍ଷରୁ ହୋଇଥିବା ଏହି ସର୍ଭେରେ ବିଶ୍ୱର ଟପ୍ ଫାଇବ୍ ମାର୍ସାଲ୍ ଆର୍ଟ ତାରକାଙ୍କ ମଧ୍ୟରେ ରହିଛି ବିଦ୍ୟୁତଙ୍କ ନାମ । କେବଳ ମାର୍ସଲ୍ ଆର୍ଟ ନୁହେଁ କଲିରିପାୟୁଟୁରେ ବି ପ୍ରଶିକ୍ଷଣ ହାସଲ୍ କରିଛନ୍ତି ଏହି ଅଭିନେତା ଜଣଙ୍କ । ଆଉ ନିଜର ଏହି ଟ୍ୟାଲେଂଟ୍ ପାଇଁ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି ।

ବିଦ୍ୟୁତ୍ ଦେଖିବାକୁ ଯେପରି ହ୍ୟାଣ୍ଡସମ୍, ସେପରି ଆକର୍ଷଣୀୟ ଫିଗର୍ ବି ରହିଛି ତାଙ୍କର । ଏହାଛଡା ମାର୍ସଲ୍ ଆର୍ଟର ଅଭ୍ୟାସ ସେ ରିତିମତ ଭାବେ କରିଥାନ୍ତି । ତାଙ୍କ ସିନେମାରେ ବି ଦେଖିବାକୁ ମିଳେ ବିଦ୍ୟୁତଙ୍କ ଜବରଦସ୍ତ ଆକ୍ସନ୍ । ନିଜ ଫିଲ୍ମ ଗୁଡିକରେ ଷ୍ଟଂଟ୍ ସିନ୍କୁ ହେ ନିଜେ ହିଁ କରିଥାନ୍ତି । ୨୦୧୨ ମସିହାର ଫିଲ୍ମ ଫୋର୍ସରେ ପ୍ରଥମେ ନେଗେଟିଭ୍ ଚରିତ୍ରରେ ନଜର ଆସିଥିଲେ ବିଦ୍ୟୁତ । ଏହାପରେ କମାଣ୍ଡୋରେ ନାୟକ ଭାବେ ବିଦ୍ୟୁତ ଜାମୱାଲଙ୍କ ଆକର୍ଷଣୀୟ ଅଭିନୟ ବି ଦେଖିବାକୁ ମିଳିଥିଲା । କମାଣ୍ଡୋ –ଟୁ ରେ ବି ବିଦ୍ୟୁତ ଦର୍ଶକଙ୍କୁ ଏଂଟରଟେନ୍ କରିବାରେ ସଫଳ ହୋଇଛନ୍ତି । ଜବରଦସ୍ତ ଆକ୍ସନ୍ ସହ ରୋମାନ୍ସ କରିବାରେ ବି ବେଶ ମାହିର୍ । ପରଦାରେ ତାଙ୍କ ରୋମାନ୍ସର ଝଲକ ବି ଦେଖିବାକୁ ମିଳିଛି । ଏବେ ଏହି ଆକ୍ସନ୍ ଷ୍ଟାର୍ ନିଜ ଆଗାମୀ ଫିଲ୍ମ ‘ଜଙ୍ଗଲି’ର ସୁଟିଂରେ ଅଛନ୍ତି ବ୍ୟସ୍ତ । ସିନେମାଟି ଆସନ୍ତା ବର୍ଷ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More