Only for Entertainment

ଫିଲ୍ମ ‘ସୁପର ୩୦’ ପାଇଁ ଏହି ପର୍ଫ୍ୟୁମ ବାଛିଲେ ହ୍ରିତିକ ରୋଶନ । ଜାଣନ୍ତୁ କ’ଣ ରହିଛି ଖାସ କାରଣ ।

ndtv
39

ବଲିଉଡର ମ୍ୟାଚୋ ମ୍ୟାନ ହ୍ରିତିକ ରୋଶନ ବାସ୍ତବ ଜୀବନରେ ପର୍ଫ୍ୟୁମକୁ ଖୁବ ପସନ୍ଦ କରନ୍ତି । ଗୋଟିଏ କଥା ଯାହା ଖୁବ କମ ଲୋକ ଜାଣିଥିବେ ଯେ ହ୍ରିତିକ ତାଙ୍କର ପ୍ରତ୍ୟେକ ଚରିତ୍ର ପାଇଁ ଭିନ୍ନ ଭିନ୍ନ ପର୍ଫ୍ୟୁମ ବ୍ୟବହାର କରନ୍ତି । ସେ ଆଜି ପର୍ଯ୍ୟନ୍ତ ଯେତିକି ଫିଲ୍ମ କରିଛନ୍ତି ପ୍ରତ୍ୟେକ ଚରିତ୍ରରେ ଭିନ୍ନ ଭିନ୍ନ ପର୍ଫ୍ୟୁମ ବ୍ୟବହାର କରିଛନ୍ତି । ଏହି କାରଣରୁ ଅଭିନେତାଙ୍କ ନିକଟରେ ପର୍ଫ୍ୟୁମର ଯଥେଷ୍ଟ କଲେକ୍ସନ ଥାଏ

ହ୍ରିତିକ ଏବେ ତାଙ୍କ ଅପକମିଂ ଫିଲ୍ମ ସୁପର ୩୦କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ ହ୍ରିତିକ । ଏହି ଭିନ୍ନ ଚରିତ୍ର ପାଇଁ ହ୍ରିତିକ ବୀରେଡୋ ନାମକ ଏକ ପର୍ଫ୍ୟୁମ ଚୟନ କରିଛନ୍ତି ।

ଫିଲ୍ମରେ ହ୍ରିତିକ ଜଣେ ଶିକ୍ଷକ ଭୂମିକାରେ ନଜର ଆସିବେ । ଯିଏ ଆର୍ଥିକ ଭାବରେ ଦୁର୍ବଳ ଆଇଆଇଟି ଛାତ୍ରକୁ କମ ଟଙ୍କାରେ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବେ । ତେବେୁ ଫିଲ୍ମ ୨୬ ଜୁଲାଇ ୨୦୧୯କୁ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More