Only for Entertainment

ପୁଲୱାମା ଆକ୍ରମଣକୁ ନେଇ ନିଜର କ୍ରୋଧ ଦେଖାଇଲେ କୁଇନ କଙ୍ଗନା ।

24

କଙ୍ଗନା ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଖୋଲା ଭାବରେ ନିଜର ମତ ରଖନ୍ତି । ତେବେ ପୁଲୱାମାରେ ହୋଇଥିବା ଆକ୍ରମଣକୁ ନେଇ ନିଜର ମତ ଦେଇଛନ୍ତି କଙ୍ଗନା ।ଦୁଇ ସପ୍ତାହ ତଳେ ପୁଲଓ୍ଵାମାରେ ହୋଇଥିବା ଆକ୍ରମଣକୁ ନେଇ ସେ ନିଜର ମନର ଅବସ୍ଥା କିପରି ଥିଲା ତାହା ଜଣାଇଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଏଭଳି ଘଟଣା ବିଷୟରେ ଶୁଣି ମୋ ହୃଦୟ ଭାଙ୍ଗି ଯାଇଥିଲା । ଏଭଳି ଅମାନବୀୟ ଘଟଣା ବିଷୟରେ ଜାଣି ମୋ ମନରେ ଖୁବ୍‌ ରାଗ ଆସିଥିଲା । ସୀମାକୁ ଯାଇ କାହାର ବି ବନ୍ଧୁକ ଛଡ଼ାଇ ନେଇ ସେମାନଙ୍କୁ ନିପାତ କରିବା ପାଇଁ ଇଚ୍ଛା ହେଉଥିଲା ବୋଲି କହିଛନ୍ତି କଙ୍ଗନା । ତେବେ ଏହା ପ୍ରଥମ ନୁହେଁ, ଦେଶରେ ଚାଲିଥିବା ଅଶାନ୍ତ ପରିସ୍ଥିତି ଉପରେ କଙ୍ଗନା ଅନେକ ଥର ନିଡ଼ର ହୋଇ ନିଜ ବୟାନ ଦେଇଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More