Only for Entertainment

ରାଜକୁମାର ରାଓ ଏବଂ ଆୟୁଷ୍ମାନ ଖୁରାନାଙ୍କୁ ପଛରେ ପକାଇ ‘ଛପାକ’ରେ ଦୀପିକା ପାଦୁକୋନଙ୍କ ସହିତ ନଜର ଆସିବେ ବିକ୍ରାନ୍ତ ମେସୀ ।

Firstpost
18

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ କିଛି ନା କିଛି କାରଣକୁ ନେଇ ଖୁବ ଚର୍ଚ୍ଚାରେ । ରଣବୀରଙ୍କ ସହିତ ବିବାହକୁ ନେଇ ଚର୍ଚ୍ଚାରେ ରହିବା ପରେ ଏବେ ଦୀପିକା ନିଜର ନୂଆ ଫିଲ୍ମକୁ ନେଇ ଚର୍ଚ୍ଚାରେ । ଦୀପିକା ଖୁବ ଶୀଘ୍ର ମେଘନା ଗୁଲଜାରଙ୍କ ଆଗାମୀ ଫିଲ୍ମ ‘ଛପାକ’ରେ ନଜର ଆସିବେ ବୋଲି ଆମେ ଆଗରୁ ଆପଣଙ୍କୁ ଜଣାଇଥିଲୁ । ଏବଂ ଫିଲ୍ମର ଲିଡ ଅଭିନେତାଙ୍କୁ ନେଇ ମେକର୍ସ ଚିନ୍ତାରେ ଅଛନ୍ତି ବୋଲି ମଧ୍ୟ କହିଥିଲୁ । ତେବେ ଫିଲ୍ମର ଲିଡ ଅଭିନେତା ପାଇଁ ଆୟୁଷ୍ମାନ ଖୁରାନା ଏବଂ ରାଜକୁମାର ରାଓଙ୍କ ମଧ୍ୟରେ ରେସ ଲାଗିଥିବା ବେଳେ ଦୁହିଁଙ୍କୁ ପଛରେ ପକାଇ ଅଭିନେତା ବିକ୍ରାନ୍ତ ମେସୀ ଏହି ଫିଲ୍ମକୁ ହାତେଇଛନ୍ତି ।


ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ନିଡ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଫିଲ୍ମ ବିଷୟରେ ସୂ ଚନା ଦେଇଛନ୍ତି । କହିରଖୁଛୁ ଯେ, ମେଘନା ଗୁଲଜାରଙ୍କ ଏହି ଫିଲ୍ମ ଏସିଡ ପିଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ । ଫିଲ୍ମରେ ଦୀପିକା ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିବେ । ବିକ୍ରାନ୍ତ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

କହିରଖୁଛୁ ଯେ, ମେଘନା ଗୁଲଜାର ରାଜି ପରେ ବିକ୍ରାନ୍ତଙ୍କ ସହିତ କାମ କରିବାକୁ ଚାହୁଁ ଥିଲେ । ବିକ୍ରନ୍ତ ଅନେକ ଫିଲ୍ମ, ୱେବ ସିରିଜ ‘ମିର୍ଜାପୁର’ ଏବଂ ଅନେକ ଟିଭି ସିରିଏଲରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More