Only for Entertainment

ବିନୋଦ ଖନ୍ନା ବର୍ଥ ଆନିଭର୍ସରୀ: ଦିନେ ଆମେରିକାରେ ଟଏଲେଟ ସଫା କରୁଥିଲେ

dna india
62

ବଲିଉଡରେ ତ ଏମିତି ପ୍ରତିଦିନ କିଛି କିଛି ନୂଆ ଚେହେରା ଦେଖିବାକୁ ମିଳୁଛି, କିନ୍ତୁ ଏଭଳି କିଛି ଅଭିନେତା ଅଛନ୍ତି ଯେଉଁମାନେ ଇତିହାସ ପତ୍ରରେ ସୁନେଲି ଅକ୍ଷରରେ ନିଜର ନାମ ଲେଖି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ବିନୋଦ ଖନ୍ନା ଜଣେ । ବଲିଉଡର ଦିବଙ୍ଗତ ଅଭିନେତା ବିନୋଦ ଆମ ମାନଙ୍କ ମଧ୍ୟରେ ନାହାଁନ୍ତି । ଯଦି ସେ ଆଜି ଥାନ୍ତେ ତେବେ ଆସନ୍ତକାଲି ରବିବାରକୁ ସେ ତାଙ୍କର ୭୩ ତମ ଜନ୍ମଦିନ ପାଳନ କରିଥାନ୍ତେ ।

ବିନୋଦ ୬ ଅକ୍ଟୋବର ୧୯୪୬ରେ ଜନ୍ମ ହୋଇଥିଲେ । ସେ ନାଶିକ ସ୍କୁଲ କଲେଜରେ ପଢା ଶେଷ କରିଥିଲେ । ପିଲାଟି ଦିନରୁ ଆକ୍ଟର ହେବା ପାଇଁ ରୁଚି ରଖିଥିବା ବିନୋଦ ୧୯୬୮ରେ ମନ କା ମିତ’ ମାଧ୍ୟମରେ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ହମ ତୁମ ଔର ୱୋ’ରେ ପ୍ରଥମ ଥର ହିରୋ ଭାବରେ ନଜର ଆସିଥିଲେ ବିନୋଦ । କିନ୍ତୁ ଦିନେ ହଠାତ ଫିଲ୍ମ ଦୁନିଆରୁ ସନ୍ୟାସ ନେବାର ଘୋଷଣା କରିଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଆଧ୍ୟାତ୍ମିକ ଭାବନାରେ ପ୍ରଭାବ ହୋଇ ନିଜକୁ ସ୍ୱାମୀ ବିନୋଦ ଭାରତୀ କରିଦେଲେ ଏବଂ ଏହି ନାମରେ ଲୋକେ ତାଙ୍କୁ ଜାଣିବାକୁ ଲାଗିଲେ । ଏହା ସହିତ ତାଙ୍କୁ ଦ ମ୍ୟାନ ହୁ ସୋଲ୍ଡ ହିଜ ମର୍ସିଡିଜ’ ବୋଲି ମଧ୍ୟ ଡକା ଯାଉଥିଲା ।

ଥରେ ଏକ ଇଂଟରଭ୍ୟୁରେ ସେ କହିଥିଲେ ଓସୋ ବଗିଚାର (ଆମେରିକାରେ) ସେ ଦେଖାରେଖା କରୁଥିଲେ । ସେଠାରେ ଟଏଲେଟ ମଧ୍ୟ ସଫା କରୁଥିଲେ । କେବଳ ସେତିକି ନୁହେଁ ରୋଷେଇ ମଧ୍ୟ କରୁଥିଲେ । ବିନୋଦ ଏହା ମଧ୍ୟ କହିଥିଲେଯେ ସେ ଓସୋ ଛାଡ଼ିବା ସମୟରେ ତାଙ୍କୁ ପୁଣେ ସ୍ଥିତ ଆଶ୍ରମର ଦେଖାରେଖା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସବୁଠାରୁ ଖାସ କଥା ହେଉଛି ବିନୋଦ ଖନ୍ନାଙ୍କୁ ସବୁଠାରୁ ବଡ଼ ସମ୍ମାନ ‘ଦାଦା ସାହେବ ଫାଲକେ’ ପୁରସ୍କାର ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More