Only for Entertainment

ରେଖାଙ୍କୁ ବିବାହ କରି ଯେତେବେଳେ ଘରକୁ ଫେରିଲେ ବିନୋଦ ମେହେରା ଲାଗିଲା ବଡ ଝଟକା !

Amarujala
77

ବଲିଉଡ ଦିଗଜ କଳାକାର ବିନୋଦ ମେହେରାଙ୍କର ଆଜି ପୁଣ୍ୟତିଥି । ବିନୋଦ ମେହେରାଙ୍କ ଜୀବନ କାଳ ତାଙ୍କ ଫିଲ୍ମ ଭଳି ରହିଥିଲା । ଯେଉଁଭଳି ଫିଲ୍ମି କ୍ୟାରିଅରରେ ଖୁବ କମ ଫିଲ୍ମ କରିଥିଲେ , ସେହିଭଳି ତାଙ୍କ ଜୀବନ ମଧ୍ୟ କମ ଦିନ ଥିଲା । ୪୫ବର୍ଷ ବୟସରେ ଅର୍ଥାତ ୩୦ଅକ୍ଟୋବର ୧୯୯୦ରେ ତାଙ୍କର ଦେହାନ୍ତ ହୋଇଥିଲା ।ମାତ୍ର ବିନୋଦ ମେହେରା ତାଙ୍କର ୩ବିବାହ ପାଇଁ ଖୁବ ପ୍ରସିଦ୍ଧ ଥିଲେ । ଗୋଟେ ବିବାହ ବଲିଉଡ ସୁନ୍ଦରୀ ରେଖାଙ୍କୁ କରିଥିଲେ ।

ଅଭିନେତ୍ରୀ ରେଖାଙ୍କର ଫିଲ୍ମ ଈଣ୍ଡଷ୍ଟ୍ରିରେ ଲମ୍ବା ସମୟ ହୋଇଗଲାଣି । ତାଙ୍କର ଫିଲ୍ମି କ୍ୟାରିଅର ସହ ପର୍ଶନାଲ ଲାଇଫରେ ମଧ୍ୟ ଅନେକ କଥା ଶୁଣିବାକୁ ମିଳେ । ତାଙ୍କର ଜୀବନ ବିଷୟରେ ଫ୍ୟାନ୍ସ ମାନେ ଜାଣିବା ଚାହିଁଥିବା ବେଳେ , ସେ କଥା ଗୁଡିକୁ କେବେ ସିଧା ପ୍ରକାଶ କରନ୍ତି ନାହିଁ । ମାତ୍ର ରେଖାଙ୍କ ଜୀବନକୁ ନେଇ ଲେଖକ ୟସିର ଉସ୍ମାନ ବହି ଲେଖିଛନ୍ତି ରେଖା: ଦ ଅନଟୋଲ୍ଡ ଷ୍ଟୋରୀ । ଏଥିରେ ରେଖାଙ୍କ ସମ୍ପର୍କରେ ଅନେକ କଥା ରହିଛି । ଏଥିରେ ତାଙ୍କର ବିଶ୍ୱାସ ଘାତକତା ଠାରୁ ଆରମ୍ଭ କରି ଶାଶୁଙ୍କ ଠାରୁ ଗାଳି ଶୁଣିବା ପର୍ଯ୍ୟନ୍ତ ସମସ୍ତ ସମ୍ପର୍କରେ ରହିଛି ।

 

ରେଖା:ଦ ଅନଟୋଲ୍ଡ ଷ୍ଟୋରୀରେ ରେଖା ଏବଂ ବିନୋଦ ମେହେରାଙ୍କ ବିବାହ ପରେ ତାଙ୍କର ଘରକୁ ଫେରିବାକୁ ନେଇ ମଜାଦାର କଥା ମଧ୍ୟ ରହିଛି ଏହି ବହିରେ । କୋଲକାତାରେ ବିବାହ କରିବା ପରେ ବିନୋଦ ଏବଂ ରେଖା ମୁମ୍ବାଇ ଫେରିଥିଲେ । ଦୁହେଁ ଘରକୁ ଫେରିବା ମାତ୍ରେ ମାଙ୍କ ରାଗ ଦେଖି ଡରି ଯାଇଥିଲେ । ରେଖା ଶାଶୂଙ୍କ ପାଦ ସ୍ପର୍ଶ କରି ମୁଣ୍ଡିଆ ମାରିବାକୁ ନଇଁବା ମାତ୍ରେ ତାଙ୍କ ଶାଶୁ ଘୁଂଚି ଯାଇ ରେଖାଙ୍କୁ ବାଡେଇବା ପାଇଁ ଚପ୍ପଲ କାଢିଥିଲେ ।

 

ରେଖା ଶାରିରୀକ ସମ୍ପର୍କରେ କଣ ଭାବନ୍ତି ତାହା ମଧ୍ୟ ଏଠାରେ ଲେଖା ଯାଇଛି । ରେଖା ଶାରୀରିକ ସମ୍ପର୍କକୁ ନେଇ ଖୁବ ଖୋଲା ବିଚାରର ଅଟନ୍ତି । ତାଙ୍କ କହିବା ଅନୁସାରେ ବିବାହ କରିବା ପୂର୍ବରୁ ଶାରୀରିକ ସମ୍ପର୍କରେ କିଛି ଭୂଲ ନୁହେଁ ମାତ୍ର ଏହାର ଭୂଲ ଫାଇଦା ଉଠାଇବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More