Only for Entertainment

ଜୋକର’ଫିଲ୍ମ ସ୍କ୍ରିନିଂରେ ଯାଇପାରେ ଅନେକ ଲୋକଙ୍କ ଜୀବନ, ୟୁଏସ ଆର୍ମି କହିଲେ କାରଣ !

102

ହଲିଉଡ ଫିଲ୍ମ ଜୋକରକୁ ନେଇ ଏକ ଅଶୁଭ ଖବର ସାମ୍ନାକୁ ଆସିଛି । ଅସଲରେ , ଆମେରିକା ସେନା ଏହି ଫିଲ୍ମର ସ୍କ୍ରିନିଂକୁ ନେଇ ଚେତାବନୀ ଜାରି କରିଛନ୍ତି । ଆମେରିକା ସେନାର ଜଣେ କମାଣ୍ଡର କହିଛନ୍ତି ଯେ ଫିଲ୍ମ ଜୋକର ସ୍କ୍ରିନିଂ ସମୟରେ ହିଂସା ବୃଦ୍ଧି ପାଇବାର ବିପଦ ରହିଛି , ଏଥିରେ ଅନେକ ଲୋକଙ୍କ ଜୀବନ ଯାଇପାରେ ।

ଫୋର୍ଟ ସିଲ ଓକଲାହୋମା ଆମେରିକା ସୈନ୍ୟ ଫେସବୁକରେ ମେମୋ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ ଆମେରିକା ଗୁଇନ୍ଦା ବିଭାଗଙ୍କ ଠାରୁ ଖବର ମିଳିଛି ଯେ ଫିଲ୍ମ ସ୍କ୍ରିନିଂରେ ମାସ ସୁଟିଂକୁ ନେଇ ଖୁବ ଚର୍ଚ୍ଚା ହୋଇଛି । ଏହି ଚର୍ଚ୍ଚା ଖୁବ ଭୟଙ୍କର ଅଟେ । ଏଥିରେ ଅନେକ ଲୋକଙ୍କୁ ମାରିବା ପାଇଁ କଥାବାର୍ତ୍ତା ଚାଲିଥିଲା । ଏହି ମେମୋ ସାମ୍ନାକୁ ଆସିବା ପରେ ସମ୍ପୂର୍ଣ୍ଣ ଆମେରିକାରେ ହାହାକାର ଖେଳିଯାଇଛି । ପରେ ଫେସବୁକରୁ ଏହି ପୋଷ୍ଟ ଡିଲିଟ କରିଦିଆଯାଇଛି ।

ଏହି ଫିଲ୍ମକୁ ନେଇ ଅନେକ ଲୋକ ଖୁବ ଆଲୋଚନା କରିଛନ୍ତି । କାରଣ ଜୁଲାଇ ୨୦୧୨ରେ ‘ଦ ଡାର୍କ ନାଇଟ ରାଇସେସ’ ଆସିଥିଲା । ଏହି ଫିଲ୍ମର ସ୍କ୍ରିନିଂରେ ଗୁଳି ବର୍ଷା ହୋଇଥିଲା । ଯେଉଁଥିରେ ୧୨ଜଣ ମରିଥିଲେ ଏବଂ ଅନେକ ଲୋକ ଆହତ ହୋଇଥିଲେ । ଏହିକାରଣରୁ ଏଥର ହିଂସା ହେବାର ଭୟ ଅନୁମାନ କରାଯାଉଛି । ଏହି ଫିଲ୍ମ ୪ଅକ୍ଟୋବରରେ ସାରା ଦୁନିଆରେ ରିଲିଜ ହେଉଥିବା ବେଳେ ଭାରତରେ ଏହା ୨ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More