୫ବର୍ଷରେ ଦୁଇ ଦୁଇଥର କ୍ୟାନସର, ବାଜି ମାରି ଫେରି କରାଇଲେ ବ୍ରାଇଡାଲ ଫଟୋସୁଟ !
ବୈଷ୍ଣବୀ ପୁର୍ବନେନ୍ଦ୍ରଣଙ୍କୁ ଇନଷ୍ଟାଗ୍ରାମ ଦୁନିଆରେ ଲୋକମାନେ ତାଙ୍କୁ ନବି ଇନ୍ଦ୍ରଣ ପିଲ୍ଲାଇ ନାଁରେ ପରିଚିତ । ବୈଷ୍ଣବୀ ପେଶାରେ ମୋଟିଭେସନାଲ ସ୍ପିକର ଏବଂ ଡାନ୍ସର ଅଟନ୍ତି । ତାଙ୍କୁ ସାଧାରଣ ଜୀବନ ୫ବର୍ଷ ମଧ୍ୟରେ ଅସାଧାରଣ ହୋଇ ଯାଇଥିଲା । ୫ବର୍ଷରେ ବୈଷ୍ଣବୀଙ୍କୁ ୨ଥର କ୍ୟାନସର ହୋଇଥିଲା ।
ଦୁଇଥର ଯାକ ସେ ଏହି କ୍ୟାନସର ସହ ଲଢିଥିଲେ । ଏବେ ସେ ବ୍ରାଇଡାଲ ଫଟୋସୁଟ କରାଇଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି ତାଙ୍କୁ କିଛି ରୋକି ପାରିବ ନାହିଁ, କ୍ୟାନସର ମଧ୍ୟ ନୁହେଁ ।
ବୈଷ୍ଣବୀ ଫଟୋସୁଟ କରାଇ ଇନଷ୍ଟାରେ ଫଟୋ ଶେୟାର କରିଛନ୍ତି ଏବଂ ସେଥିରେ ଲେଖିଛନ୍ତ ‘The Bold Indian Bride’ ।
ସେ ମ୍ୟାଲେସିଆ ଭାରତୀୟ ଅଟନ୍ତି । ତାଙ୍କ କହିବା ମୁତାବକ କ୍ୟାନସର ସମସ୍ତ ମହିଳାଙ୍କ ଜୀବନରୁ ସୁନ୍ଦର ଜୀବନ ଲୁଟି ନିଏ । ଏହି ଫଟୋସୁଟ ସେହି ମହିଳାଙ୍କ ପାଇଁ ଅଟେ ଯେଉଁମାନେ କ୍ୟାନସର ସହ ଲଢେଇ କରି ଜିତିଛନ୍ତି ।
ପ୍ରଥମେ ବୈଷ୍ଣବୀଙ୍କୁ ବ୍ରେଷ୍ଟ କ୍ୟାନସର ହୋଇଥିଲା ଏହାକୁ ମାତ ଦେଇ ସେ ବାହାରି ଆସିଥିଲା । ପୁଣିଥରେ କ୍ୟାନସର ତାଙ୍କ ଲିଭର ଏବଂ ମେରୁଦଣ୍ଡକୁ ନିଜ ଶିକାର କରିଥିଲା । କେମୋଥେରାପିର କିଛି ଚିକିତ୍ସା ପରେ ୨୦୧୮ରେ କ୍ୟାନସରକୁ ମାତ ଦେଇ ଆସିଥିଲେ । ଭଲ କଥା ହେଉଛି କ୍ୟାନର ତାଙ୍କ ସାହାସକୁ ଭାଙ୍ଗି ପାରନଥିଲା ।