Only for Entertainment

ଘୋଡାକୁ ଧରି ଟ୍ରେନରେ ଚଢିଗଲେ ବ୍ୟକ୍ତି. ତା’ପରେ କଣ ହେଲା ଜାଣନ୍ତୁ !

0 46

ଅଷ୍ଟ୍ରିୟାରେ କିଛି ଏଭଳି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ଏକ ବ୍ୟକ୍ତି ଘୋଡାକୁ ଟ୍ରେନ ଭିତରକୁ ଚଢାଇ ଦେଇଛି । ଯାହା ଦେଖି ଯାତ୍ରୀମାନେ ଛାନିଆ ହୋଇଯାଇଥିଲେ ।

ସ୍ଟିରିଆରେ ଜଣେ ବ୍ୟକ୍ତି ଟ୍ରେନରେ ଘୋଡାକୁ ଚଢାଇଦେବାରୁ ହଠାତ ସେଠାରେ ଉପସ୍ଥିତ ଥିବା ଲୋକ ଭୟଭୀତ ହୋଇଯାଇଥିଲେ । ଖବର ମୁୁତାବକ ଘୋଡା ନାଁ ଥିଲା ଫ୍ରିଡା, କିନ୍ତୁ ସେଠାରେ ଉପସ୍ଥିତ ଥିବା କଣ୍ଡକ୍ଟର ଫ୍ରିଡାକୁ ଆଗକୁ ନେବାକୁ ମନା କରିଦଇଥିଲେ ।

ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ଫ୍ରିଡାକୁ ଧରି ରଖିଛନ୍ତି । ସେହିଭଳି କିଛି ଯାତ୍ରୀ ଚିନ୍ତାରେ ଥିଲେ ଏବଂ କିଛି ଯାତ୍ରୀ ଥଟ୍ଟା ଉଡାଇଥିଲେ । ଏହି ଫଟୋ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି ।

ରେଳ କମ୍ପାନୀ ଓଇବିବି ଗାଇଡଲାଇନ ମୁତାବକ ଟ୍ରେନରେ ପଶୁ ଯାଇପାରିବେ ଯେଉଁମାନେ ହାନିକାରକ ନୁହଁନ୍ତି ମାତ୍ର ଏଠାରେ ବ୍ୟକ୍ତି ଜଣକ ଘୋଡାକୁ ଟ୍ରେନକୁ ନେଇ ଆସିବା ବବାଲ ମଚାଇ ଦେଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More