Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେଲା ‘ନ୍ୟୁଡ ପାର୍ଟି’ର ପୋଷ୍ଟର, ପୋଲିସ କହିଲା………..

punjabkesari
68

ଗୋଆ ପୋଲିସ ସୋସିଆଲ ମିଡିଆରେ ଉତ୍ତର ଗୋଆରେ ‘ନ୍ୟୁଡ ପାର୍ଟି’ର ପୋଷ୍ଟର ଆସିବା ପରେ ତଦାରଖ ଆରମ୍ଭ କରି ଦେଇଛି । ଜଣେ ଅଧିକାରୀଙ୍କ କହିବା ଅନୁସାରେ ଉତ୍ତର ଗୋଆ ଜିଲ୍ଲାରେ ତିନୋଟି ସଡ଼କ ବିଷୟରେ କୁହାଯାଇଛି ଯେଉଁଥିରେ ଏହି ପାର୍ଟି ହୋଇଥିବାର ସମ୍ଭାବନା ରହିଛି । କିନ୍ତୁ ଏଥିରେ ସ୍ଥାନ, ତାରିଖ ବା ଅନ୍ୟ କୌଣସି ବିବରଣୀ ଦିଆଯାଇନାହିଁ । ପୋଷ୍ଟରରେ ଖବର ଦିଆଯାଇଛିଯେ ସେଠାରେ ପ୍ରାୟ ୧୫ ଜଣ ବିଦେଶୀ ଏବଂ ୧୦ ଜଣ ଦେଶୀ ଝିଅ ଥିବେ ।

ଅଧିକାରୀଙ୍କ କହିବା ଅନୁସାରେ ଆମେ ରାଜ୍ୟରେ କୌଣସି ନ୍ୟୁଡ ପାର୍ଟି ହେବାକୁ ଦେବୁ ନାହିଁ । ଏହି ମଧ୍ୟରେ ଗୋଆ ମହିଳା କଂଗ୍ରେସ ପ୍ରମୁଖ ପ୍ରତିମା କୋଟିହ୍ନୋ କହିଛନ୍ତିଯେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓଁକରଙ୍କୁ ନିଶ୍ଚିତ ଭାବରେ ଏଥିରେ ହସ୍ତକ୍ଷେପ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More