Only for Entertainment

ରିଲିଜ ହେଲା ଅସୀମା ପଣ୍ଡାଙ୍କ ଗାୟିକିରେ ସ୍ଲୋଲି ସ୍ଲୋଲିର ଷ୍ଟୁଡିଓ ଭର୍ସନ………..

kanaklifestyle
78

ଓଲିଉଡର କିଛି ଆଗ ଧାଡ଼ିର ଗାୟକଙ୍କ ଗୀତ ଶୁଣିବା ମାତ୍ରେ ମନ ପ୍ରଫୁଲ୍ଲିତ ହୋଇଯାଏ । ସେମାନଙ୍କ ମଧ୍ୟରୁ ଅସମା ପଣ୍ଡା ଜଣେ । ନିକଟରେ ଅସୀମାଙ୍କ ଗାୟିକିରେ ରିଲିଜ ହୋଇଛି ଏକ ଗୀତ ସ୍ଲୋଲି ସ୍ଲୋଲି । ଯାହାର ଷ୍ଟୁଡିଓ ଭର୍ସନ ସାମ୍ନାକୁ ଆସିଛି ।

ରିୟା ମ୍ୟୁଜିକରେ ଓଡିଆ ସଂଗୀତ ସ୍ଲୋଲି ସ୍ଲୋଲି ରିଲିଜ ହୋଇଛି । ଡି. ପାପୁନୀଙ୍କ ନିଦ୍ଦେଶିତ ଗୀତରେ ଅସୀମା ପଣ୍ଡା ଓ ଦେବେସ ପତିଙ୍କ ଗାୟିକି ଶୁଣିବାକୁ ମିଳିଛି । ରାକେଶ ପଟ୍ଟନାୟକ ଗୀତଟିକୁ ପ୍ରଯୋଜନା କରିଥିବା ବେଳେ ମ୍ୟୁଜିକ ଦେଇଛନ୍ତି ବିରଜା ପ୍ରସାଦ ।ଏହି ଷ୍ଟୁଡିଓ ଭର୍ସନ ସଂଗୀତରେ କ୍ରୁମେମ୍ବରଙ୍କ ମଜାଦାର ଡ୍ୟାନ୍ସ ଦେଖିବାକୁ ମିଳିଛି ।

ଗୀତ ଆରମ୍ଭରେ ଅସୀମା କହିଛନ୍ତି ଯେ, ଏହି ଗୀତଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ଓ ଗୀତରେ ଝୁମିବେ ଦର୍ଶକ । ଶେଷରେ ଗାୟକ ଦେବେସ ଟିମ ରିୟା ମ୍ୟୁଜିକ ବ୍ୟାନରକୁ ଧନ୍ୟବାଦ ଜଣାଇଛନ୍ତି । ଗୀତଟି ସୁପରହିଟ ହେବ ବୋଲି ପ୍ରଡକସନ ହାଉସ ଆଶା ରଖିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More