ବ୍ୟକ୍ତି ଜଣକ ଦୂରଦର୍ଶନ କ୍ଲାସିକ ଧୂନରେ କଲେ କିଛି ଏଭଳି, ଭିଡିଓ ଭାଇରାଲ !
ଯଦି ଆପଣ ୯୦ଦଶକର ଅଟନ୍ତି ତେବେ ନିଶ୍ଚୟ ଏହି ଧୂନ ଶୁଣିଥିବେ । ଯଦି ଶୁଣିନାହାନ୍ତି ତେବେ ନିଶ୍ଚିତ ରୂପେ ୟୁଟ୍ୟୁବରେ ଯାଇ ଦୂରଦର୍ଶନ ର ଏହି ମ୍ୟୁଜିକ ଶୁଣନ୍ତୁ । ଏଠାରେ ଆମେ ଧୂନ ବିଷୟରେ କହୁନାହୁଁ । ଅସଲରେ ଏହି ଧୁନରେ ହୋଇଥିବା ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଲୋକେ ବାର ବାର ଦେଖିବାକୁ ଲାଗିପଡିଛନ୍ତି।
ଅସଲରେ ଏବେ ଟିକ ଟକ ନିଶା ସମସ୍ତଙ୍କୁ ଘାରି ଥିବା ବେଳେ ସମସ୍ତଙ୍କର ଅନେକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସେହିପରି ଏହି ଭିଡ଼ିଓ ମୋହିତ ନାମକ ୟୁଜର ସେୟାର କରିଛନ୍ତି । ଏହାକୁ ଏବେ ପର୍ଯ୍ୟନ୍ତ ୧ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଲେଣି । ତେବେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡ଼ିଓ-