Only for Entertainment

ଭାଇରାଲ ଭିଡିଓ: ଜନ୍ମଦିନରେ ଫ୍ୟାନ୍ସଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେଲେ ଅଦା ଶର୍ମା

ndtv
0 55

ବଲିଉଡ ଅଭିନେତ୍ରୀ ଅଦା ଖାନଙ୍କର ବଲିଉଡ କ୍ୟାରିୟର ଏବେ ଧିମା ଚାଲିଛି ସତ କିନ୍ତୁ ସୋସିଆଲ ମିଡିଆରେ ସେ ଏବେ ଛାଇ ରହିଛନ୍ତି । ଅଦା ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଅନେକ ଭିଡିଓ ମଧ୍ୟ ଫ୍ୟାନ ମାନଙ୍କ ପାଇଁ ଅପଲୋଡ କରିଥାନ୍ତି । ଅଦାଙ୍କ ଫ୍ୟାନ ପଲୋଇଙ୍ଗ ମଧ୍ୟ ଜବରଦସ୍ତ ରହିଛି । ସେଥିପାଇଁ ତ ତାଙ୍କର ଭିଡିଓ ସାମ୍ନାକୁ ଆସିବା ମାତ୍ରେ ତାହା ଖୁବ ଶୀଘ୍ର ଭାଇରାଲ ହୋଇଯାଇଥାଏ ।

୧୧ ମଇ ଅର୍ଥାତ ତାଙ୍କ ଜନ୍ମଦିନରେ ଅଦା ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଇଂରାଜୀ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଅଦାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଦା ଏହି ଭିଡିଓ ସହିତ କ୍ୟାପସନରେ ଲେଖିଥିଲେ ‘ଜନ୍ମଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ…ଆପଣମାନେ ମୋ ସହିତ ଅଛନ୍ତି ଏହା ମୋ ପାଇଁ ଖୁସିର ବିଷୟ । ମୋତେ ଅଦା ଫ୍ୟାନ କ୍ଲବ ତରଫରୁ ଅଧିକ ଭିଡିଓ ଅପଲୋଡ କରିବ ପାଇଁ ଅନୁରୋଧ ଆସୁଛି । ତେବେ ଆପଣଙ୍କ ପାଇଁ ନୂଆ ଭିଡିଓ…’ ।

 

ଏହା ପୂର୍ବରୁ ଅଦାଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଦର୍ଶକ ସେଗୁଡିକୁ ପସନ୍ଦ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More