Only for Entertainment

ହନି ସିଂଙ୍କ ଗୀତରେ ଆଣ୍ଟି କଲେ ଏପରି ଜବରଦସ୍ତ ଡ୍ୟାନ୍ସ ଭିଡିଓ ହେଲା ଭାଇରାଲ ।

ndtv
0 40

ହନି ସିଂଙ୍କ ପାର୍ଟି ସଙ୍ଗ ଶୁଣିବା ମାତ୍ରେ ଯେ କେହି ବି ଝୁମିବାକୁ ଲାଗିବ । ବିବାହ ଉତ୍ସବ ହେଉ କିମ୍ବା ପାର୍ଟି ହେଉ ହନି ସିଂଙ୍କ ଗୀତର ଚାହିଦା ସବୁଠି ଦେଖିବାକୁ ମିଳେ । ନିକଟରେ ଡବୁ ଅଙ୍କଲଙ୍କ ପରେ ଜଣେ ଆଣ୍ଟିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମହିଳା ଜଣଙ୍କ ହନି ସିଂଙ୍କ ସୁପରହିଟ ସଙ୍ଗ ‘ପାର୍ଟି ଅଲ ନାଇଟ’ରେ ଜବରଦସ୍ତ ଡ୍ୟାନ୍ସ କରୁଥବା ଦେଖିବାକୁ ମିଳିଛି ।

ଏହି ଭିଡିଓକୁ ଫେସବୁକରେ ସେୟାର କରାଯାଇଛି । ମହିଳା ଜଣଙ୍କ ଗୀତରେ ଏପରି ଠୁମକା ଲଗାଇଛନ୍ତି ଯେ ସେଠାରେ ଉପସ୍ଥିତ ସମସ୍ତ ଲୋକ ତାଙ୍କୁ ଚାହିଁରହିଛନ୍ତି । ଏହି ଭିଡିଓକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଛନ୍ତି । ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨.୮ ମିଲିୟନ ଭ୍ୟୁଜ ମିଳିସାରିଥିବା ବେଳେ ୫୩ ହଜାର ଲାଇକ ଏବଂ ୩୨ ହଜାର ସେୟାର ହୋଇଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More