Only for Entertainment

ସଡକରେ ହୋଇଥିବା ଏହି ଜବରଦସ୍ତ ଦୁର୍ଘଟଣାରେ ବଂଚିଗଲା ଜୀବନ, ଦେଖନ୍ତୁ ହୃଦୟଥରା ଭିଡିଓ !

47

ସଡକ ଦୁର୍ଘଟଣା ଖବର ସାଧାରଣତଃ ସମସ୍ତଙ୍କଚୁ ଦୁଃଖ ଦେଇଥାଏ । କିନ୍ତୁ ଗତ ମଙ୍ଗଳବାର ଦିନ ଫିନିକ୍ସ , ଏରିଜୋନାରେ ଏଭଳି କିଛି ଘଟିଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଶାନ୍ତି ମଧ୍ୟ ମିଳିବ । ଯେଉଁ ସମୟରେ ଏହି ଘଟଣା ଘଟିଛି , ଜଣେ ଦମ୍ପତି ନିଜ ଛୁଆଙ୍କ ସହ ରାସ୍ତା ଅତିକ୍ରମ କରୁଥିଲେ । ଛୋଟ ଛୁଆଟି ଷ୍ଟ୍ରୋଲରରେ ଥିଲା । ଭଲ କଥା ହେଉଛି ଏହି ଦୁର୍ଘଟଣାରେ ଦମ୍ପତି ଏବଂ କୁନି ପିଲାମାନଙ୍କର କିଛି ହୋଇନାହିଁ ।

ଅସଲରେ ଯେତେବେଳେ ସେମାନେ ରାସ୍ତା ଅତିକ୍ରମ କରୁଥିଲେ ସେହି ସମୟରେ ଏକ ଜିପ ସିଗ୍ନାଲ ଭାଙ୍ଗି ତାଙ୍କ ମାଡି ଆସୁଥିଲା । ଏହି ସମୟରେ ଆଉ ଏକ ଗାଡି ସେହି ଜିପକୁ ଟକ୍କର ଦେଇଥିଲା ।


ଯାହାଦ୍ୱାରା ଦୁଇଟି ଗାଡି ଘୋଷାଡି ହୋଇ ଅନେକ ଦୂରକୁ ଚାଲି ଯାଇଥିଲା । ତେବେ ଏହି ଘଟଣାର ଖବର ସିସିଟିଭିରେ କଏଦ ହୋଇଥିଲା । ଯାହାକୁ ଫିନିକ୍ସ ପୁଲିସ ଡିପାର୍ଟମେଂଟ ଜାରି କରିଛନ୍ତି । ଏହି ୧୩ସେକେଣ୍ଡର ଭିଡିଓ ଲେଖା ଯିବା ପର୍ଯ୍ୟନ୍ତ ୭୭୨ହଜାର ଦେଖା ଯାଇସାରିଲାଣି ଏବଂ ୩.୨ହଜାର ଥର ଶେୟାର ହୋଇସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More