Only for Entertainment

ବରଯାତ୍ରୀଙ୍କ ଖାସ ଫରମାଇସରେ ନବବଧୂଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ !

88

ପୂର୍ବରୁ ଏଭଳି ଅନେକ ଭାଇରାଲ ଭିଡିଓ ଆମେ ଆପଣଙ୍କୁ ଦେଖାଇଛୁ । ବିବାହ ସମୟରେ ଘଟୁଥିବା ଅଘଟଣ ବା କିଛି ମଜାଦାର ଘଟଣାର ଭିଡିଓ ପୂର୍ବରୁ ମଧ୍ୟ ଆସିଛି । କିଛି ଭିଡିଓରେ ବର କନ୍ୟାକୁ ଚାପୁଡ଼ା ମାରୁଥିବାର ଦେଖା ଯାଇଥିବା ବେଳେ କିଛି ଭିଡିଓରେ ବର ମୂର୍ଚ୍ଛା ହୋଇ ପଡ଼ି ଯାଉଥିବା ଦେଖା ଯାଇଥିଲା । ଏବେ ପୁଣି ଏକ ସେଭଳି ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓକୁ ଏ ପର୍ଯ୍ୟନ୍ତ ୩୪ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ଭିଡିଓରେ ବିବାହ ପରେ ବର-କନ୍ୟା ଆସିବା ପରେ ତାଙ୍କ ସଂପର୍କୀୟମାନେ କନ୍ୟାକୁ ନାଚିବା ପାଇଁ କହୁଛନ୍ତି । ଏହା ପରେ କଣ୍ଠଶିଳ୍ପୀ ଗୁରୁ ରନ୍ଧାଓ୍ଵାଙ୍କ ଗୀତ ‘ଇଶାରେ ତେବେ କଙ୍ଗନେ ନି’ ଗୀତ ବାଜିବା ଆରମ୍ଭ ହେଉଛି । ଏହି ଗୀତ ଶୁଣି କନ୍ୟା ପ୍ରଥମେ ଲାଜ କରୁଥିବା ବେଳେ ପରେ ନାଚିବା ଆରମ୍ଭ କରୁଛି । କନ୍ୟାର ନାଚ ଦେଖି ବର ଲାଜେଇ ଯାଉଥିବା ଦେଖା ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More