Only for Entertainment

ମାଙ୍କଡ ନଳ ଖୋଲି ପିଇଲା ପାଣି, ତାପରେ କଲା କିଛି ଏଭଳି ଭିଡିଓ ଭାଇରାଲ !

64

ଏକ ମାଙ୍କଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏଥିରେ ଦେଖିବାକୁ ମିଳୁଛି କି ଏକ ମାଙ୍କଡ଼ କଳ ଖୋଲି ପାଣି ପିଉଛି । ପାଣି ପିଇବା ପରେ ମାଙ୍କଡ଼ ଟି କଳକୁ ବନ୍ଦ କରି ସେଠାରୁ ଚାଲି ଯାଉଛି। ମାଙ୍କଡ଼ର ଏଭଳି କାମ ପାଇଁ ସୋସିଆଲ ମିଡିଆରେ ତାକୁ ଖୁବ୍‌ ପ୍ରଶଂସା କରାଯାଉଛି। ମାଙ୍କଡ଼ ଦ୍ୱାରା ପାଣିକୁ ବଞ୍ଚାଇବାର ଏହି ଛୋଟ ପ୍ରୟାସ ଲୋକମାନଙ୍କୁ ବେଶ ପ୍ରଭାବିତ କରିଛି।

ଏହି ଭିଡିଓକୁ ବାସ୍ତବରେ ଟିକ୍‌ଟକ୍‌ରେ ସେୟାର କରାଯାଇଛି। ଟୁଇଟରରେ ଏହି ଭିଡିଓକୁ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଡକ୍ଟର ଏସଓ୍ଵାଇ କ୍ୟୁରେସି ସେୟାର କରିଛନ୍ତି। ୧୧ସେକେଣ୍ଡର ଏହି କ୍ଲିପ୍‌ ସହିତ ସେ କ୍ୟାପସନ୍‌ ଲେଖିଛନ୍ତି, ‘ମନୁଷ୍ୟକୁ ଦିଆଯାଇଥିବା ଏକ ସୁନ୍ଦର ବାର୍ତ୍ତା’ ।


ସେ ଏହି ଭିଡିଓକୁ ଗୁରୁବାର ସେୟାର କରିଛନ୍ତି। ଯାହାକୁ ଏଯାବତ ୫ଲକ୍ଷ ଲୋକ ଦେଖି ସାରିଲେଣି। କିଛି ଲୋକେ କମେଣ୍ଟ କରି ମାଙ୍କଡ଼ର ପ୍ରଶଂସା ବି କରୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ପାଣି ବଞ୍ଚାଇବା ପାଇଁ ଏହି ଭିଡିଓଟି ଏକ ଉଦାହରଣ…’।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More