Only for Entertainment

ଫିରଙ୍ଗୀ ଜଣକ ସଂସ୍କୃତରେ ଏଭଳି ଗାଇଲେ ଶ୍ଳୋକ ଏବଂ ବତାଇଲେ ଶନି ଦଶା, ଭିଡିଓ ହେଲା ଭାଇରାଲ !

khabarNDTV
0 45

ଭାରତୀୟ ସଂସ୍କୃତି ଦୁନିଆର ସବୁଠାରୁ ପୁରୁଣା ସଂସ୍କୃତି ମଧ୍ୟରୁ ଗୋଟେ ଅଟେ । ଏହି କାରଣରୁ ବିଦେଶୀ ମଧ୍ୟ ଏଠାକୁ ଆକର୍ଷିତ ହୋଇ ଆସନ୍ତି ଏବଂ ଭାରତୀୟ ସଂସ୍କୃତିକୁ ଆପଣେଇ ନିଅନ୍ତି । ଅନେକ ବିଦେଶୀ ହିନ୍ଦୁ ଧର୍ମ ଆପଣେଇ ସାରିଲେଣି । କେବଳ ସେତିକି ନୁହେଁ ଭାରତର ବେଶଭୂଷା ଏବଂ ଖାଦ୍ୟପେୟକୁ ମଧ୍ୟ ଆପଣେଇ ନେଇଛନ୍ତି । ଏପରିକି ହଲିଉଡ ସେଲିବ୍ରିଟି ମାନେ ମଧ୍ୟ ଭାରତୀୟ ସଂସ୍କୃତିକୁ ସ୍ତମ୍ବ ମାନନ୍ତି । ସେହିଭଳି ପପ ସେନସେଶନ ମାଇଲି ସାଇରସ ନିଜ ଘରେ ଦୀପାବଳିରେ ପୂଜା ରଖିଥିଲେ । ସେହିଭଳି ହଲିଉଡ କଳାକାର ନିଜ ଶରୀରରେ ମନ୍ତ୍ର ଆଦିର ଟାଟୁ ମଧ୍ୟ ବନାଉଛନ୍ତି ।


ଏହାମଧ୍ୟରେ ଇଂଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁତିରେ ଏକ ବିଦେଶୀ ବିନା ରୋକଠୋକରେ ସଂସ୍କୃତ ଶ୍ଳୋକ ବୋଲି ଯାଉଛନ୍ତି । କେବଳ ସେତିକି ନୁହେଁ ସେ ଶ୍ଳୋକର ଅନୁବାଦ ମଧ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ବ୍ୟକ୍ତି ଜଣକ ପାଖରେ ବସିଥିବା ଲୋକଙ୍କୁ ଶନି ଏବଂ ତାଙ୍କ ଦଶା ବିଷୟରେ କହୁଛନ୍ତି ।
ଇଂଟରନେଟରେ ଏହି ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସିଛି ଏବଂ ଏହାସହ ଜଣେ ବିଦେଶୀଙ୍କ ପାଟିରୁ ଏଭଳି ଉଚ୍ଚାରଣ ଶୁଣିବାକୁ ଖୁବ ମଜା ଲାଗୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More