Only for Entertainment

ସୋସିଆଲ ମିଡିଆରେ ଉଡିଲା କେଜରିୱାଲଙ୍କ ମଜାକ, ଭାଇରାଲ ହେଲା ଭିଡିଓ

india today
0 49

ଦିଲ୍ଲୀର ଆମ ଆଦମୀ ପାର୍ଟି ଖୁବ ଅସୁବିଧାର ସହ ଗତି କରୁଛି । ପଦ ଲାଭ ନିର୍ବାଚନ ଆୟୋଗର ସୁପାରିଶ କ୍ରମେ ରାଷ୍ଟ୍ରପତି ଆପର ୨୦ ଜଣ ବିଧାୟକଙ୍କ ସଦସ୍ୟତା ରବ୍ଦ କରି ଦେଇଛନ୍ତି । ଯାହାପରେ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ବିରୋଧୀ ଦଳ ଭାଜପା ଏବଂ କଂଗ୍ରେସ ଆପ ଉପରେ କେତେକ ପଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ କେଜରିୱାଲ ସୋସିଆଲ ମିଡିଆ ବ୍ୟବାହାରକାରୀ ମାନଙ୍କ ଟାର୍ଗେଟକୁ ଆସିଛନ୍ତି ।

ଏହିଭଳି ଏକ ଭିଡିଓ ଏବେ ଖୁବ ମାତ୍ରାରେ ଭାଇରାଲ ହେଉଛି । ଯାହାର ନାମ ହେଉଛି ‘ଆମ ଆଦମୀ ପାର୍ଟି କି କାହାନୀ ମୋରିଓ ବର୍ଜନ’ । ଏଥିରେ ମୋରିଓଙ୍କ ସ୍ଥାନରେ କେଜରିୱାଲଙ୍କୁ ଦେଖାଯାଇଛି । ଭାଇରାଲ ଭିଡିଓରେ ଯୋଗେନ୍ଦ୍ର ଯାଦବ,ପ୍ରଶାନ୍ତ ଭୂଷଣ ଏବଂ କୁମାର ବିଶ୍ୱାସ ଭଳି ନେତାମାନଙ୍କୁ ଦେଖାଯାଇଛି ।

ସିଙ୍ଗଡ଼ା ଉପରେ ୧.୫କୋଟି ଖର୍ଚ୍ଚ ବିଷୟରେ ମଧ୍ୟ କୁହାଯାଇଛି । ଶେଷରେ ନିର୍ବାଚନ ଆୟୋଗ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More