Only for Entertainment

ଭାଇରାଲ ଭିଡିଓ: ଘୁମର ନାଚିଲେ ଏନବିଏ ଚିୟର ଗାର୍ଲ

news 18
0 60

ଭଂସାଲୀଙ୍କ ଚଳଚିତ୍ର ପଦ୍ମାବତକୁ ନେଇ ବ୍ୟାପକ ହିଂସା ଭାରତରେ ଦେଖିବାକୁ ମିଳିଛି । ଏନେକ ବିବାଦ ପରେ ଫିଲ୍ମଟି ୨୫ ଜାନୁଆରୀକୁ ରିଲିଜ ହୋଇଛି । ଏପରିକି ତାଙ୍କ ଫିଲ୍ମରେ ଥିବା ଘୁମର ନାଚ ଏକ ସ୍କୁଲର ପିଲା କରିବାରୁ ଭାରତର ମଧ୍ୟ ପ୍ରଦେଶ ରାଜ୍ୟରେ ଥିବା ଏହି ସ୍ମୁଲରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ତେବେ ବିଶ୍ୱସ୍ତରରେ ଏହି ସିନେମାର ଘୁମର ନାଚ ଯେ କେତେ ଲୋକପ୍ରିୟ ହୋଇଛି ତାହାର ଝଲକ ଏନବିଏ ମ୍ୟାଚ ବେଳେ ଦେତ୍କବାକୁ ମିଳିଛି । ବିଶ୍ୱର ସବୁଠାରୁ ପ୍ରମୁଖ ପେସାଦାର ବାସ୍କେଟ ବଲ ଲିଗ ଏନବିଏ । ଚିୟର ଗାର୍ଲମାନଙ୍କ ନୃତ୍ୟ ପ୍ରଥମେ ଏହି ଲିଗରୁ ଆରମ୍ଭ ହୋଇଥିଲା ।

ଚଳିତ ଏନବିଏ ଲିଗରେ ଚିୟର ଗାର୍ଲମାନେ ଭାରତୀୟ ଢାଂଚାରେ ବେଶଭୂଷା ପିନ୍ଧି ପଦ୍ମାବତ ସିନେମାର ଘୁମର ଗୀତର ତାଳେତାଳେ ନୃତ୍ୟ କରିଥିଲେ । ଚିୟର ଗାର୍ଲମାନଙ୍କର ଏହି ଭିଡିଓ ଗୁରୁବାର ଠାରୁ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More