Only for Entertainment

କନସର୍ଟ ଭିଡରେ କେକ ଫୋପାଡୁଥିବାର ନଜର ଆସିଲେ ପ୍ରିୟଙ୍କା ଚୋପ୍ରା, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ !

47

ନିକ ଜୋନସ ଏବଂ ପ୍ରିୟଙ୍କା ଚୋପ୍ରା ବିବାହ ପରେ ଏବେ ପର୍ଯ୍ୟନ୍ତ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଜୋନସ ବ୍ରଦର୍ସ ନିଜର ଏକ ମ୍ୟୁଜିକ ଭିଡିଓ ‘ସକର୍ସ’ ରିଲିଜ କରିଥିଲେ ଏବଂ ଗତ କିଛି ଦିନ ପୂର୍ବେ ପ୍ରିୟଙ୍କା ଏବଂ ନିକ ନିଜ ଫ୍ୟାମିଲି ସହ ମିଆମୀ ବିଚରେ ଛୁଟି ମନାଇବା ପାଇଁ ଯାଇଥିଲେ । ଏହିକାରଣରୁ ମଧ୍ୟ ସେ ଚର୍ଚ୍ଚାରେ ରହିଥିଲେ । ସେଠାରେ ଏକ କନସର୍ଟରେ ପ୍ରିୟଙ୍କା ଭାଗ ନେଇଥିଲେ, ଯେଉଁଠାକୁ ସେ ନିକ ଏବଂ ଜୋଙ୍କ ସହ ପଂହଚିଥିଲେ ।

 

View this post on Instagram

 

Raise your ? if you’re ready for some ?!! @priyankachopra @jonasbrothers @nickjonas @joejonas @storymiami

A post shared by Steve Aoki (@steveaoki) on

ସୋସିଆଲ ମିଡିଆରେ ଏହି କନସର୍ଟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପ୍ରିୟଙ୍କା ନିକ ଏବଂ ଜୋ ଦର୍ଶକଙ୍କ ଭିଡରେ କେକ ଉଠାଇ ଫୋପାଡୁଥିବାର ନଜର ଆସିଛନ୍ତି । ଏଭଳି ନୁହେଁ କି ଏହା ସବୁ ରାଗରେ ହେଉଥିଲା, ମାତ୍ର ଏହା ସିଙ୍ଗର ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଥିବା ମସ୍ତିର ଅଂଶ ଥିଲା ।


ଏହି ମଉକାକୁ ଫ୍ୟାନ୍ସ ମାନେ ଖୁବ ଉପଭୋଗ କରିଥିଲେ । ସେଠାରେ ଉପସ୍ଥିତ ଥିବା ନିକ ଏବଂ ଜୋଙ୍କ ମ୍ୟୁଜିକାଲ ଫ୍ରେଣ୍ଡ ଷ୍ଟିଭ ନିଜ ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରିଛନ୍ତି ।

 

View this post on Instagram

 

When Bollywood music kicks in.. #tareefan #kareenakapoor @sonamkapoor @badboyshah ❤️ @nickjonas @joejonas @sophiet

A post shared by Priyanka Chopra Jonas (@priyankachopra) on

ଏଠାରେ ଆମେ କହି ରଖୁଛୁ ଯେ ଏହା ପୁର୍ବରୁ ନିକ ଏବଂ ପ୍ରିୟଙ୍କାଙ୍କ ମିଆମୀ ଟ୍ରିପର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏହି ଭିଡିଓରେ ପ୍ରିୟଙ୍କା ନିକ ଏବଂ ତାଙ୍କ ଭାଇଙ୍କ ସହ ସୋଫି ଟର୍ଣ୍ଣର ମଧ୍ୟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More