Only for Entertainment

Happy Birthday Virat : ବିରାଟ କୋହଲିଙ୍କ ଜନ୍ମ ପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାଇଲେ ଅନୁଷ୍କା ।

ndtv
35

ଇଣ୍ଡିଆନ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଆଜି ନିଜର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି । ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କ ସହିତ ସିଧାସାଧା ଭାବେ ନିଜ ଜନ୍ମଦିନକୁ ସେଲିବ୍ରେଟ କରିଛନ୍ତି । ଅନୁଷ୍କା ବିରାଟଙ୍କ ଜନ୍ମଦିନକୁ ହରିଦ୍ୱାର ଆଶ୍ରମରେ ପାଳନ କରିଛନ୍ତି । ପତି ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଚା ଜଣାଇ ଅନୁଷ୍କା ଟ୍ୱିଟରରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ଦୁହିଁଙ୍କ କ୍ୟୁଟ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଫଟୋ ସେୟାର କରିବା ସହିତ ଅନୁଷ୍କା ବିରାଟଙ୍କ ଜନ୍ମ ପାଇଁ ଭଗବାନଙ୍କୁ ଧନ୍ୟବାନ ଜଣାଇଛନ୍ତି । କହିରଖୁଛୁ ଯେ, ଅନୁଷ୍କା ଏବଂ ବିରାଟ ଡେରାଡୁନରେ ୨ ଦିନ ରହିବେ । ରିପୋର୍ଟ ଅନୁସାରେ ଦୁହେଁ ଆଜି ଅନନ୍ତ ଧାମ ଆତ୍ମାବୋଧ ଆଶ୍ରମ ଯିବାର ପ୍ଲାନିଂ ରହିଛି ।


ଅନୁଷ୍କାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବଶୀଘ୍ର ଫିଲ୍ମ ଜିରୋରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହିତ କିଙ୍ଗ ଖାନ ଶାହରୁଖ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିବେ । ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More