Only for Entertainment

ବିରାଟ କୋହଲି କିଛି ଦେଖିବା ପାଇଁ ଏଭଳି ହେଲେ ବେତାବ, ମଇଦାନରେ ଉଠାଇଲେ ନିଜର ଜର୍ସୀ !

The Indian Express
30

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ନିଜର ଫିଟନେସ ପାଇଁ ଖୁବ ଚିନ୍ତିତ ରହିଥାଆନ୍ତି । ସେ ଯେଉଁଠି ବି ଥାଆନ୍ତୁ ନା କାହିଁକି ନିଜର ଏକ୍ସରସାଇଜ ପ୍ରତି ସବୁବେଳେ ଧ୍ୟାନ ରଖନ୍ତି । ଫ୍ୟାନ୍ସଙ୍କୁ ମଧ୍ୟ ତାଙ୍କର ୬ପ୍ୟାକ ଆବ୍ସ ଖୁବ ପସନ୍ଦ । ବିରାଟ ସୋସିଆଲ ମିଡିଆରେ ନିଜର ଏକ୍ସରସାଇଜ ଭିଡିଓ ମଧ୍ୟ ଶେୟାର କରନ୍ତି । ଫିଟନେସ ମାମଲାରେ ସେ କୌଣସି ଫିଲ୍ମ ଷ୍ଟାରଙ୍କ ଠାରୁ କମ ନୁହଁନ୍ତି । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ମ୍ୟାଚର କିଛି ଏଭଳି ହୋଇଛି ଯାହାକୁ ଦେଖି ବିରାଟଙ୍କ ଫ୍ୟାନ୍ସ ମଧ୍ୟ ଅଟକି ଯାଇଥିଲେ । ମ୍ୟାଚ ସମୟରେ ବିରାଟ ନିଜ ଜର୍ସି ଉଠାଇ ଆବ୍ସ ଦେଖାଇଛନ୍ତି , ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Rise and shine ? All the #mondaymotivation you need to start your day ??????

A post shared by Team India (@indiancricketteam) on

ଏହି ଫଟୋ ଟିମ ଇଣ୍ଡିଆର ଅଫିସିଆଲ ପେଜ ଇନଷ୍ଟାଗ୍ରାମରେ ଅପଲୋଡ କରାଯାଇଛି । ଫିଟନେସ ପାଇଁ ବିରାଟ ଖାଇବାରେ କଂଜୁସି କରନ୍ତି ନାହିଁ, ମାତ୍ର ଜଙ୍କ ଫୁଡ ଠାରୁ ଦୂରେଇ ରୁହନ୍ତି । କେବଳ ଖାଦ୍ୟ ନୁହେଁ ବାହାରେ ପାଣି ମଧ୍ୟ ପିଅନ୍ତି ନାହିଁ । ଘର ଖାଦ୍ୟ ଖାଇବା ଲାଗି ସେ କୌଣସି ଖିଲାଫ କରନ୍ତି ନାହିଁ । ଖାଦ୍ୟ ସୌକିନ ଥିବା ବିରାଟ ମାନନ୍ତି ଯେ ଯେ ପର୍ଯ୍ୟନ୍ତ ମନ ଭରି ନ ଯାଇଛି ସେ ପର୍ଯ୍ୟନ୍ତ ଖାଇବା ଉଚିତ । ଏହା ତାଙ୍କର ଫିଟନେସର ରାଜ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More