Only for Entertainment

ଏହି କାରଣରୁ ଭାବବିହ୍ୱଳ ହୋଇପଡିଲେ ବିରାଟ, ଏପରି ସମ୍ଭାଳିଲେ ପତ୍ନୀ ଅନୁଷ୍କା, ଦେଖନ୍ତୁ ଭିଡିଓ

hindi rush
69

ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମା ନିକଟରେ ଏକ ଇଭେଣ୍ଟରେ ସାମିଲ ହୋଇଥିଲେ । ଏହି ଇଭେଣ୍ଟରେ ଏପରି କିଛି ହୋଇଥିଲା ଯାହାକୁ ନେଇ ବିରାଟ ଭାବୁକ ହୋଇଯାଇଥିଲେ । ଏହା ପରେ ଭାବବିହ୍ୱଳ ହୋଇଯାଇଥିବା ବିରାଟଙ୍କୁ ପତ୍ନୀ ଅନୁୂଷ୍କା ସମ୍ଭାଳିଥିଲେ । ଅନୁଷ୍କା ପନତି ବିରାଟଙ୍କ ହାତକୁ କିସ କରିଥିଲେ । ଏହି ଇଭେଣ୍ଟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବିରାଟ ଏହି ଇଭେଣ୍ଟରେ ଏତେ ଭାବୁକ କ’ଣ ପାଇଁ ହୋଇଯାଇଥିଲେ ତାହାର ଖୁଲାସା ହୋଇଛି ।

ଅସଲରେ ନୂଆ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଇ ଡିଡିସିଏର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମରେ ରଖାଯାଇଥିଲା । ଏହି ସମାରୋହରେ ଡିଡିସିଏର ବର୍ତ୍ତମାନ ଅଧ୍ୟକ୍ଷ ରଜତ ଶର୍ମା ଏକ ପୁରୁଣା କଥା ସେୟାର କରିଥିଲେ ।

 

ରଜତ ଶର୍ମା କହିଥିଲେ, ବିରାଟ କୋହଲୀ ପିତାଙ୍କ ନିଧନ ପରେ ଅରୁଣ ଜେଟଲୀ ତାଙ୍କ ଘରକୁ ଯାଇଥିଲେ । ସେହିସମୟରେ ବିରାଟ ଅଣ୍ାଟର ୧୯ଟିମରେ ଥିଲେ ଏବଂ ତାଙ୍କୁ ମ୍ୟାଚ ଖେଳିବାର ଥିଲା । ବିରାଟ ସାହସ ଜୁଟାଇ ପିତାଙ୍କ ନିଧନ ପରେ ମଧ୍ୟ ମ୍ୟାଚ ଖେଳିଥିଲେ । ତାହାକୁ ନେଇ ଅନୁଣ ଜେଟଲୀ ବିରାଟ କୋହଲୀଙ୍କ ପ୍ରଶଂସା କରିଥିଲେ ।

ଅରୁଣ ଜେଟଲୀ କହିଥିଲେ ବିରାଟ କୋହଲୀ ଆଗକୁ ଯାଇ ବଡ ନାମ କମାଇବେ । ସମାରୋହରେ ଏହି କଥା ଶୁଣି ବିରାଟ ଇମୋସନାଲ ହୋଇଯାଇଥିଲେ । ଏହା ପରେ ଅନୁଷ୍କା ବିରାଟ କୋହଲୀଙ୍କୁ ସମ୍ଭାଳି ଥିଲେ ।

କହିରଖୁଛୁ ଯେ, ଇଭେଣ୍ଟରେ ଏହା ମଧ୍ୟ ଘୋଷଣା କରାଯାଇଛି ଯେ, ବିରାଟ କୋହଲୀଙ୍କ ନାମରେ ଷ୍ଟାଡିଅମର ଏକ ଷ୍ଟାଣ୍ଡର ନାମ କରଣ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More