Only for Entertainment

ବିରାଟ୍‌ ହେଲେ ଚିୟର ଲିଡର୍‌, ଜାଣନ୍ତୁ !

Hindustan Times
47

ଟିମ୍‌ ଇଣ୍ଡିଆ ପୁରୁଷ କ୍ରିକେଟ ଦଳର ଅଧିନାୟକ ବିରାଟ୍‌ କୋହଲି ପ୍ରକୃତରେ ଚିୟରଲିଡର୍‌ ପାଲଟି ଯାଇଛନ୍ତି। ଭାରତୀୟ ମହିଳା ଟି-୨୦ ଦଳ ଆର୍ୟଲ୍ୟାଣ୍ଡକୁ ହରାଇ ବିଶ୍ୱକପ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ବିରାଟ୍‌ ଏଥିପାଇଁ ଅତ୍ୟନ୍ତ ଖୁସି ହେବା ସହ ନିଜ ଟ୍ୱିଟର୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଅଭିଯାନ ଆରମ୍ଭ କରିଛନ୍ତି। ଯାହାର ନାଁ ହେଉଛି “ଜର୍ସି ବୁଝେନା ଲିଙ୍ଗଗତ ଭେଦଭାବ” #JerseyKnowsNoGender।

ଏଥିସହ ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ହରମନ୍‌ପ୍ରୀତ କୌରଙ୍କ ଦଳକୁ ଏକ ସ୍ୱତନ୍ତ୍ର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ସେ ଲେଖିଛନ୍ତି, “ଆମେ ବର୍ତ୍ତମାନ ସେମିଫାଇନାଲ୍‌ ରାସ୍ତାରେ ପହଞ୍ଚିଛୁ। ଏବେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରି ବିଶ୍ୱକପ୍‌ ଦେଶକୁ ଆଣିବାର ସମୟ ଆସି ଯାଇଛି। ଏଥିପାଇଁ ସମସ୍ତଙ୍କ ସମର୍ଥନ ଦରକାର।” ଏହି ଟ୍ୱିଟ୍‌କୁ ବିରାଟ୍‌ ରିଷଭ ପନ୍ତ, ସାଇନା ନେହ୍ୱାଲ ଓ ସୁନୀଲ ଛେତ୍ରୀଙ୍କୁ ଟ୍ୟାଗ୍‌ କରି #JerseyKnowsNoGenderରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

ବିରାଟ୍‌ଙ୍କ ଏଭଳି ଅଭିଯାନକୁ ସାଇନା ନେହ୍ୱାଲ ସମର୍ଥନ କରି ନିଜର ଭାରତୀୟ ଜର୍ସି ପିନ୍ଧି ତାଙ୍କ ଟ୍ୱିଟ୍‌ରେ ଭାରତୀୟ ମହିଳା ଦଳକୁ ସମର୍ଥନ କରିଛନ୍ତି। ସେ କେଏଲ୍‌ ରାହୁଲ, ହୀମା ଦାସ ଓ ସାନିଆ ମିର୍ଜାଙ୍କୁ ଏହି ଅଭିଯାନକୁ ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More