ଅପରିଚିତ ବ୍ୟକ୍ତିଙ୍କ ଉପରେ କାହିଁକି ରାଗିଲେ ଅନୁଷ୍କା ? ବିରାଟ ସେୟାର କଲେ ଭିଡିଓ
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଅନୁଷ୍କାଙ୍କ ପତି ବିରାଟ କୋହଲୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଅନୁଷ୍କା ଜଣେ ଅପରିଚିତ ବ୍ୟକ୍ତି ଉପରେ ରାଗୁଥିବା ଦେଖିବାକୁ ମିଳିଛି ।
ଏହି ଭିଡିଓରେ ଅନୁଷ୍କା ଜଣେ ଲୋକଙ୍କୁ କହୁଛନ୍ତି ଯେ, ରାସ୍ତାରେ ଅଳିଆ ଫିଙ୍ଗନ୍ତୁ ନାହିଁ। ଜଣାପଡ଼ୁଛି ବୋଧ ହୁଏ ବିରାଟ କୋହଲୀ ବା କାର୍ରେ ବସିଥିବା କେହି ପଛପଟୁ ଏହି ଭିଡିଓକୁ ସୁଟ୍ କରିଛନ୍ତି। କାରଣ ଏଥିରେ ଅଭିନେତ୍ରୀଙ୍କ ମୁହଁ ଦିଶୁନାହିଁ।
ଭିଡିଓରେ ଅନୁଷ୍କା ତାଙ୍କ ବାଟ ଦେଇ ଯାଉଥିବା ଅନ୍ୟ ଏକ କାର୍କୁ ରୋକିବାର ଇସାରା କରୁଛନ୍ତି। ଯେମିତି କାର୍ ଅଟକୁଛି,ଅନୁଷ୍କା ତା’ର ପଛସିଟରେ ବସିଥିବା ଲୋକଙ୍କୁ ପଚାରୁଛନ୍ତି ଯେ,ରାସ୍ତାରେ କାହିଁକି ଅଳିଆ ଫିଙ୍ଗୁଛନ୍ତି?ତା’ପରେ ଲୋକଟି କିଛି କହୁଛି।ତା’ପରେ ଅନୁଷ୍କା ସେହି ବ୍ୟକ୍ତିଙ୍କୁ ଇଂରାଜିରେ କହୁଛନ୍ତି ଯେ,’ଆପଣ ରାସ୍ତାରେ ଅଳିଆ କାହିଁକି ଫିଙ୍ଗୁଛନ୍ତି? ସେ ପୁଣି କହୁଛନ୍ତି,‘ହଁ ,ଆପଣ ରାସ୍ତାରେ ପ୍ଲାଷ୍ଟିକ୍ କାହିଁକି ଫିଙ୍ଗୁଛନ୍ତି?ସାବଧାନ ରହନ୍ତୁ,ଆପଣ ରାସ୍ତାର ଚାରିଆଡେ ପ୍ଲାଷ୍ଟିକ୍ ଫିଙ୍ଗି ପାରିବେ ନାହିଁ,କେବଳ ଡଷ୍ଟବିନରେ ପକାନ୍ତୁ।
ଅନୁଷ୍କା ଶର୍ମାଙ୍କ ଏହି କାମକୁ ବିରାଟ କୋହଲୀ ଖୁବ୍ ପ୍ରଶଂସା କରି ଲେଖିଥିଲେଲୋକ ମାନଙ୍କୁ ରାସ୍ତାରେ ଅଳିଆ ପକାଉଥିବାର ଦେଖି ଅନୁଷ୍କା ଠିକ୍ ଭାବରେ ବୁଝାଇଛନ୍ତି। ଏଣୁ ଯଦି କେତେବେଳ କେହି କିଛି ଭୁଲ କାମ କରୁଥିବାର ଦେଖିବାକୁ ମିଳେ,ତେବେ ତାଙ୍କୁ ଶିକ୍ଷା ଦିଅନ୍ତୁ ଓ ଜାଗୃତ କରାନ୍ତୁ।