Only for Entertainment

ବିରୁଷ୍କାଙ୍କ ବିବାହ ଭୋଜିରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ଜଗତ

Business Recorder
0 48

ଗତ ୨୧ ତାରିଖରେ ନୂଆଦିଲ୍ଲୀରେ ବନ୍ଧୁବାନ୍ଧବଙ୍କ ଲାଗି ଭୋଜିଦେବା ପରେ ନବମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମା ମଙ୍ଗଳବାର ମୁମ୍ବାଇରେ ବିବାହଭୋଜି ଦେଇଛନ୍ତି । ଲୋୟର ପାରେଲ ସ୍ଥିତ ସେଣ୍ଟ ରେଜିସ୍ ହୋଟେଲରେ ମଙ୍ଗଳବାର ରାତିରେ ଆଉ ଏକ ବିବାହ ଭୋଜିର ଆୟୋଜିତ ହୋଇଥିବା ବେଳେ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ବଲିଉଜ ନାୟିକା ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି ବଲିଉଡ ଓ କ୍ରିକେଟ ଜଗତର ନାମୀଦାମୀ ବ୍ୟକ୍ତିଙ୍କ ପାଇଁ ଏହି ବିବାହ ଭୋଜି ଦେଇଥିଲେ ।

ନିମନ୍ତ୍ରଣ ପତ୍ରରେ ରାତି ୮.୩୦ ମିନିଟ ସମୟ ଦିଆ ଯାଇଥିଲା ହେଁ ସନ୍ଧ୍ୟା ସମୟରୁ ଅତିଥିଙ୍କ ଭିଡ ଦେଖିବାକୁ ମିଳିଥିଲା । ଭାରତୀୟ କ୍ରିକେଟ ଦଳର ପ୍ରାୟ ସମସ୍ତ ସଦସ୍ୟଙ୍କୁ ଭୋଜିରେ ଦେଖିବାକୁ ମିଳିଥିଲା । ମୁମ୍ବାଇରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବାର ଥିବାରୁ ଖେଳାଳୀମାନେ ମଙ୍ଗଳବାର ସକାଳୁ ମୁମ୍ବାଇରେ ପହଂଚି ଯାଇଥିଲେ । ଭାରତୀୟ ଦଳର ଖେଳାଳୀଙ୍କ ସହ ବିଗତ ଦିନର ଖେଳାଳୀ ସୁନୀଲ ଗଭାସ୍କର, ସଚିନ ତେନ୍ଦୁଲକର, ସନ୍ଦିପ ପାଟିଲ, ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ଯୋଗ ଦେଇଥିଲେ । ଏହାସହ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ମଧ୍ୟ ଯୋଗ ଦେଇଥିଲେ । ବଲିଉଡ ତାରକାଙ୍କ ମଧ୍ୟରେ ପ୍ରଥମେ ବୋମାନ ଇରାନୀ ପହଂଚିଥିଲେ । ଏହା ପରେ ଅନ୍ୟ ବଲିଉଡ ତାରକା ବିଳମ୍ବରେ ଆସି ଭୋଜିରେ ଯୋଗ ଦେଇଥିଲେ । ଆହାତ ଥିବା ସତ୍ତେ୍ୱ ବିଗ୍ ବି ଅମିତାଭ ବଚ୍ଚନ କନ୍ୟା ଶ୍ୱେତାଙ୍କ ସହ ଭୋଜିରେ ପହଂଚିଥିଲେ । ଏହାସହ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା, ସଙ୍ଗୀତ ନିର୍ଦ୍ଦେଶକ ଏ. ଆର. ରୋହମାନ, ଅଭିନେତ୍ରୀ ରେଖା, ମାଧୁରୀ, କଙ୍ଗନା ଓ କ୍ୟାଟ୍ରିନାଙ୍କ ସମେତ ଅଭିନେତା ଶାହାରୁଖ ଖାନ, ରଣବୀର କପୁରଙ୍କ ସହିତ ଅନେକ କଳାକାର ଯୋଗ ଦେଇଥିଲେ ।

ବିରାଟ ଓ ଅନୁଷ୍କାଙ୍କୁ ସମସ୍ତେ ଖୋଜୁଥିବା ବେଳେ ଏହି ସେଲିବ୍ରିଟି ପତି-ପତ୍ନୀ ରାତି ୯.୩୦ରେ ପ୍ରସ୍ତୁତ ସ୍ୱତନ୍ତ୍ର ମଂଚ ଉପରକୁ ଆସି ପ୍ରଥମେ ଫଟୋଗ୍ରାଫରଙ୍କ ଲାଗି ପୋଜ ଦେଇଥିଲେ । ପରେ ଦୁହେଁ ସମସ୍ତେ ଅତିଥିଙ୍କୁ ସ୍ୱାଗତ କରିଥିଲେ । ବିବାହ ଭୋଜିରେ ଅନୁଷ୍କା ଗୋଲଡେନ ପୋଷାକ ପିନ୍ଧିଥିବା ବେଳେ ବିରାଟଙ୍କୁ ବ୍ଲାକ ସୁଟରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More