Only for Entertainment

ଛପାକରେ ପରିବର୍ତ୍ତନ କରାଯାଇନାହିଁ ଏସିଡ୍ ଆକ୍ରମକଙ୍କ ଧର୍ମ, ଏହି ଅଭିନେତା ତୁଲାଉଛନ୍ତି ଭୂମିକା !

48

ନିକଟରେ ଦୀପିକା ପାଦୁକୋଣ ଜେଏନୟୁରେ ହୋଇଥିବା ହିଂସାକୁ ନେଇ ଚାଲିଥିବା ପ୍ରୋଟେଷ୍ଟରେ ଭାଗ ନେଇଥିଲେ । ଏହାପରେ ଟ୍ୱିଟରରେ ଛପାକ’କୁ ନେଇ ଟ୍ରୋଲିଂ ହୋଇଛି । ଅନେକ ଲୋକ ଫିଲ୍ମ କୁ ବୟକଟ କରିବା ପାଇଁ କହୁଥିବା ବେଳେ କିଛି ଲୋକ ଦୀପିକାଙ୍କ ସପୋର୍ଟରେ କହିଛନ୍ତି ।

ଏହାମଧ୍ୟରେ ‘ଛପାକ’କୁ ନେଇ ବିଗତ ଦିନର ଏକ ବିବାଦ ସାମ୍ନାକୁ ଆସିଛି । ସମସ୍ତେ ଜାଣନ୍ତି ଏହି ଏସିଡ ଆକ୍ରାନ୍ତ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀ ଉପରେ ଆଧାରିତ । ତାଙ୍କ ଉପରେ ନଦିମ ଖାନ ନାମକ ବ୍ୟକ୍ତି ଏସିଡ ଆକ୍ରମଣ କରିଥିଲା ।

ଖବର ଶୁଣିବାକୁ ମିଳିଛି ଯେ ନଦିମ ଖାନଙ୍କ ସ୍ଥାନରେ ରାଜେଶ ନାମକ ଭୂମିକା ରହିଛି ଯିଏ ଏସିଡ ଆଟାକ କରିଥିଲେ । ଲୋକଙ୍କ କହିବା ମୁତାବକ ଅସଲରେ ନଦୀମ ଜଣେ ମୁସଲମାନ ଅଟନ୍ତି ଏବଂ ଫିଲ୍ମରେ ଜଣେ ହିନ୍ଦୁକୁ ଏସିଡ ପକାଉଥିବାର ଦେଖାଯାଇଛି । ଏବେ ଏହାକୁ ବିରୋଧ କରାଯାଉଛି । ପରେ ଏହାକୁ ଭୂଲ ପ୍ରମାଣିତ କରାଯାଇଛି ।

ଫିଲ୍ମରେ ଏସିଡ ଆକ୍ରମକ ନାଁ ରାଜେଶ ନୁହେଁ ବବନ ଶେଖ(ବବୁ)ରହିଛି । ତାଙ୍କ ଭୂମିକା ବିଶାଲ ଦହିୟା ତୁଲାଇଛନ୍ତି । ସେହିଭଳି ଫିଲ୍ମରେ ରାଜେଶ ମାଲତୀ ଅର୍ଥାତ ଏସିଡ ଆକ୍ରମଣ ପୀଡିତାଙ୍କ ବୟଫ୍ରେଣ୍ଡ ଅଟନ୍ତି । ରାଜେଶ ଭୂମିକାରେ ଅଭିନେତା ଅଙ୍କିତ ବିଶ୍ଟ ନଜର ଆସିବେ । ଏହି ଫିଲ୍ମ ୧୦ଜାନୁଆରୀ ଅର୍ଥାତ ଆସନ୍ତା କାଲି ସମସ୍ତ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More