Only for Entertainment

ରବୀନ୍ଦ୍ରନାଥ ଟାଗୋରଙ୍କ ଲଭଷ୍ଟୋରୀକୁ ନେଇ ଫିଲ୍ମ ନିର୍ମାଣ କରିବେ ପ୍ରିୟଙ୍କା ଚୋପ୍ରା, ବିଶ୍ୱବିଦ୍ୟାଳୟ ସୁଟିଂ ଉପରେ ଲାଗାଇଲେ ରୋକ ।

BDMORNING
0 57

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛି ଦିନ ହେବ ତାଙ୍କର କଥିତ ବୟଫ୍ରେଣ୍ଡ ନିକ ଜୋନସଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକ ଏବଂ ପ୍ରିୟଙ୍କା ଭାରତ ଆସିବା ପରେ ତାଙ୍କ ବିଷୟରେ ଅନେକ ଖବର ସାମ୍ନାକୁ ଆସିଥିଲା । ଇତି ମଧ୍ୟରେ ପ୍ରିୟଙ୍କାଙ୍କ ଆଗାମୀ ଫିଲ୍ମ ‘ନଳିନୀ’କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏହି ଫିଲ୍ମ ଭାରତର ମହାନ ଲେଖକ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ।

FotorCreated-12

ପ୍ରିୟଙ୍କା ଫିଲ୍ମ ‘ନଳିନୀ’କୁ ପ୍ରଡ୍ୟୁସ କରୁଛନ୍ତି । ଏହା ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ଉଜ୍ୱଳ ଚଟର୍ଜୀ । ସୁଚନା ଅନୁସାରେ ଏହି ଫିଲ୍ମର ସୁଟିଂ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ହେବାକୁ ଥିଲା । କିନ୍ତୁ ବିଶ୍ୱବିଦ୍ୟାଳୟର କୁଳପତି ସବୁଜୀ କୋଲି ସେନ ବିଶ୍ୱବିଦ୍ୟାଳୟରେ ଫିଲ୍ମ ସୁଟିଂ ଉପରେ ବ୍ୟାନ ଲଗାଇଦେଇଛନ୍ତି । ଏହାକୁ ନେଇ କୁଳପତି କହିଛନ୍ତି ଏହି ଫିଲ୍ମ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ତେଣୁ ବିଶ୍ୱବିଦ୍ୟାଳୟରେ ଏହାର ସୁଟିଂ କରିବାର ଅନୁମତି ଦେଇପାରିବୁ ନାହିଁ । ରବୀନ୍ଦ୍ରନାଥ ଟାଗୋରଙ୍କ ସହିତ ଅନେକ ଲୋକଙ୍କ ଭାବନା ଜଡିତ ।

ଏହା ସହିତ ସେ କହିଥିଲେ ଏହା ଏକ ଶିକ୍ଷାନୁଷ୍ଠାନ । ଏହାର ବାତାବରଣ ଯେପରି ନଷ୍ଟ ନହୁଏ ସେଥିପାଇଁ ଏହାର ସୁଟିଂ ପାଇଁ ଅନୁମତି ଦେଉନାହୁଁ । ଫିଲ୍ମ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ବିଶ୍ୱବିଦ୍ୟାସୟର ପୂର୍ବ କୁଳପତି ଫିଲ୍ମ ପାଇଁ ଅନୁମତି ଦେଇଥିଲେ କିନ୍ତୁ ଏବେ ଆମକୁ ଫିଲ୍ମ ସୁଟିଂ କରିବା ପାଇଁ ମନା କରୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଏହି ଫିଲ୍ମ ଏକ ରିସର୍ଚ ଡକ୍ୟୁମେଣ୍ଟ ଉପରେ ଆଧାରିତ । କୁହାଯାଉଛି ଯେ ୧୮୭୮-୭୯ ମଧ୍ୟରେ ରବୀନ୍ଦ୍ରନାଥ ଟାଗୋର ଏକ ଯୁବତୀଙ୍କ ସହିତ ପ୍ରେମ ସଂମ୍ବନ୍ଧରେ ଥିଲେ । ସେହି ସମୟରେ ତାଙ୍କୁ ୧୭ ବର୍ଷ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More