Only for Entertainment

ପି ଏମ ମୋଦିଙ୍କ ବାୟୋପିକ ସୁଟିଂ ସମୟରେ ଆଘାତ ପାଇଲେ ବଲିଉଡ ଅଭିନେତା ବିବେକ ଓବରୟ ।

aajtak
26

ବଲିଉଡ ଆକ୍ଟର ବିବେକ ଓବରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ଫିଲ୍ମ ‘ ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର’ର ସୁଟିଂ ଚାଲୁଥିବା ସମୟରେ ଆଘାତ ପାଇଛନ୍ତି । ଉତ୍ତରାଖଣ୍ଡର ଉତ୍ତରାକାଶୀରେ ଚାଲିଥିଲା ସୁଟିଂ । ଠିକ ଏହି ସମୟରେ ବିବେକଙ୍କ ସହିତ ଘଟିଲା ଦୁର୍ଘଟଣା । ଖବର ଅନୁସାରେ ଫିଲ୍ମର ଏକ ଦୃଶ୍ୟକୁ ବରଫ ଉପରେ ଖାଲି ପାଦରେ ସୁଟିଂ କରିବାର ଥିଲା । ଯେଉଁ ସୁଟିଂ ସମୟରେ ବିବେକଙ୍କ ପାଦରେ ଆଘାତ ଲାଗିଲା । କହିରଖୁଛୁଯେ ଆକ୍ଟର ଏହି ବାୟୋପିକ ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ନଜର ଆସିବେ ।

 

View this post on Instagram

 

Jai Hind ??? We humbly ask for your prayers and blessings on this incredible journey. #AkhandBharat #PMNarendraModi

A post shared by Vivek Oberoi (@vivekoberoi) on

ବାସ୍ତବରେ ବରଫ ଉପରେ ସୁଟିଂ ଚାଲୁଥିବା ସମୟରେ ଏକ ଗଛରୁ ଡାଳ ଭାଙ୍ଗି ପଡ଼ିଥିଲା, ଯାହା ଦ୍ୱାରା ଡାଳଟି ବିବେକଙ୍କ ପାଦରେ ମାଡ଼ ହୋଇ ସେ ଆଘାତ ପାଇଲେ ।

ଫିଲ୍ମ କଥା ଆଲୋଚନା କରିବା ଯଦି ତେବେ ଫିଲ୍ମରେ ମୋଦିଙ୍କ ପିଲା ଦିନର କିଛି ସ୍ମୃତି ଠାରୁ ଆରମ୍ଭ କରି ତାଙ୍କର ଉଭୟ ବ୍ୟକ୍ତିଗତ ଜୀବନ ଏବଂ ରାଜନୈତିକ ବା ଆନୁଷ୍ଠାନିକ ଜୀବନ ଉପରେ ଦେଖିବାକୁ ମିଳିବ । କ୍ରୁସଦସ୍ୟଙ୍କ କହିବା ଅନୁସାରେ ବିବେକଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ ଅଛି ଏବଂ ସେ ଖୁବଶୀଘ୍ର ସୁଟିଂ ଆରମ୍ଭ କରିବେ ।

ସୌଜନ୍ୟ aajtak
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More