Only for Entertainment

୧୫ବର୍ଷ ପରେ ବିବେକ ଓବରୟ ବଖାଣିଲେ ସଲମାନଙ୍କ ଦ୍ୱାରା କ୍ୟାରିଅର ଖରାପ ହେବାର ସତ୍ୟତା !

53

ବଲିଉଡ ଅଭିନେତା ସଲମାନ ଖାନ ଏବଂ ବିବେକ ଓବରୟଙ୍କୁ ନେଇ ଖବର ଏବେ ଜୋର ଧରିଛି । ସଲମାନ ଖାନ ଏବଂ ବିବେକ ଓବରୟଙ୍କ ମଧ୍ୟ ସମ୍ପର୍କ କିଭଳି ଏହା ତ ସମସ୍ତଙ୍କୁ ଜଣା । ସଲମାନ ଖାନ ଏବଂ ବିବେକ ଓବରୟଙ୍କ ବିଷୟରେ ଶୁଣାଯାଏ ଯେ ଦୁହେଁ ଐଶ୍ୱର୍ଯ୍ୟାଙ୍କ ପାଇଁ ଝଗଡା କରିଥିଲେ । ଏହାଦ୍ୱାରା ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖରାପ ହେଲା ଏବଂ ଐଶ୍ୱର୍ଯ୍ୟା ଅଭିଶେକ ବଚ୍ଚନଙ୍କୁ ବିବାହ କରିନେଲେ ।

ତେବେ ସଲମାନ ଏ ସମ୍ପର୍କରେ କେଉଁଠାରେ ବି ଖୋଲା ଖୋଲି କିଛି କହି ନାହାନ୍ତି । କିନ୍ତୁ ୨୦୦୪ରେ ବିବେକ ଏକ ପ୍ରେସ କନଫରେନ୍ସରେ ଅନେକ କଥାର ଖୁଲାସା କରିଥିଲେ । ଏହି ପ୍ରେସ କନଫରେନ୍ସ କରେ ଫିଲ୍ମ ଦୁନିଆ ବିବେକଙ୍କ ଠାରୁ ଦୁରେଇ ଯାଇଥିଲା, ତାଙ୍କ କ୍ୟାରିଅର ଉପରେ ଏହାର ପ୍ରଭାବ ମଧ୍ୟ ପଡିଲା ।

ଏହି କଥାକୁ ନେଇ ଏତେ ବର୍ଷ ପରେ ବିବେକ ନିଜ କ୍ୟାରିଅର ବିଷୟରେ କହି ସଲମାନଙ୍କ ଆଡକୁ ଇଶାରା କରିଛନ୍ତି । ଅସଲରେ ବିବେକ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାୟୋପିକ ପ୍ରମୋଶନରେ ଲାଗିପଡିଛନ୍ତି । ସେ ଏହି ପ୍ରମୋଶନ ସମୟରେ ଏକ ମିଡିଆ ସମ୍ମୁଖରେ ନିଜ ମନ୍ତବ୍ୟ ରଖିଛନ୍ତି ଯେ ତାଙ୍କ ପ୍ରଫେସନାଲ ଲାଇଫ ୨୦୦୪ରୁ ପ୍ରଭାବିତ ହୋଇଛି । ତଥାପି ସେ ଇଣ୍ଡଷ୍ଟ୍ରିରେ ଅଛନ୍ତି । ୬ଟି ଭାଷାରେ କାମ କରିଛନ୍ତି ଏବଂ ୨୦ଟି ଆୱାର୍ଡ ପାଇଛନ୍ତି । ତାଙ୍କୁ ଏବେ ବି ଭଲ କାମ ମିଳୁଥିବା କହିଛନ୍ତି ବିବେକ । ବଲିଉଡରେ ଚାଲିଥିବା ରେସ ରେ ଯୋଡି ରହିବା ପାଇଁ ଶେଷ ଲାଇନ କୁ ଦୌଡିବା ପରିବର୍ତ୍ତେ ସେ ନିଜ ପିଲାଙ୍କ ବଡ ହେବା ସମୟକୁ ଦେଖୁଛନ୍ତି । ଖବର ମୁତାବକ ସଲମାନ ବିବେକଙ୍କୁ ଖୋଲାଖୋଲି ଭାବେ ପିଟିବାକୁ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ବିବେକ ମଧ୍ୟ ସଲମାନଙ୍କୁ ବହୁତ କଥା କହିଥିଲେ ଏବଂ ଖୋଲାଖୋଲି ଭାବେ ଚ୍ୟାଲେଂଜ କରିଥିଲେ । ଏହି କାରଣରୁ ପରେ କ୍ଷମା ମଧ୍ୟ ମାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More