Only for Entertainment

କାଶ୍ମୀର ଉପରେ ଫିଲ୍ମ ନିର୍ମାଣ କରିବେ ବିବେକ ଅଗ୍ନିହୋତ୍ରୀ, ଏହି ଦିନ ରିଲିଜ ହେବ ଫିଲ୍ମ

hindirush
38

ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ତାସକେଂଡ ଫାଇଲ୍ସ’କୁ କ୍ରିଟିକ୍ସ ଏବଂ ଦର୍ଶକ ଖୁବ ପସନ୍ଦ କରିଥିଲେ ଏବଂ ପ୍ରଶଂସା ମଧ୍ୟ । ଖୁବ କମ ବଜେଟରେ ନିର୍ମିତ ଏହି ଫିଲ୍ମ କେବଳ ୪୦ ଲକ୍ଷର ଓପନିଙ୍ଗ କରିଥିଲା । କିନ୍ତୁ ଏହା ପରେ ଫିଲ୍ମ ୧୬.୭୫ କୋଟି ବିଜନେସ କରିଥିଲା । ଏହି ଫିଲ୍ମ ପରେ ଏବେ ବିବେକ ଅଗ୍ନିହୋତ୍ରୀ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମ ଆସନ୍ତା ବର୍ଷ ଅଗଷ୍ଟରେ ରିଲିଜ ହେବ । କାଶ୍ମୀର ହିନ୍ଦୁ ପଣ୍ଡିତ ଉପରେ ନିର୍ମିତ ଏହି ଫିଲ୍ମ ବିଷୟରେ ନିକଟ ଅତୀତରେ ଘୋଷଣା କରିଛନ୍ତି ବିବେକ ।

ବିବେକ ଟ୍ୱିଟରରେ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ବିବେକ କହିଛନ୍ତିଯେ ଦୀର୍ଘ ଦିନ ଧରି ସେ କାଶ୍ମୀର ଉପରେ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ ଏବଂ ତାସକେଂଡ ପରେ ତାଙ୍କୁ କନଫିଡେନ୍ସ ଆସିଥିଲା । ୧୯୯୧ରେ ହୋଇଥିବା ଟ୍ରାଜେଡିରେ କେତେକ କାଶ୍ମୀର ପଣ୍ଡିତଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଥିଲା । ଏହା ଦ୍ୱାରା କେତେକ ହିଂସାକାଣ୍ଡ ମଧ୍ୟ ଘଟିଥିଲା । ଯାହାର ଦୃଶ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More